ETV Bharat / bharat

ଗୁରୁଗ୍ରାମରେ କୋରୋନା ପଜିଟିଭ ଇଟାଲୀୟ ମହିଳାଙ୍କ ମୃତ୍ୟୁ

author img

By

Published : Apr 11, 2020, 1:19 PM IST

ଗୁରୁଗାଓଁରେ କୋରୋନା ପଜିଟିଭ ଇଟାଲୀୟ ମହିଳାଙ୍କ ମୃତ୍ୟୁ
ଗୁରୁଗାଓଁରେ କୋରୋନା ପଜିଟିଭ ଇଟାଲୀୟ ମହିଳାଙ୍କ ମୃତ୍ୟୁ

କୋରୋନା ସଂକ୍ରମିତ ଇଟାଲୀୟ ମହିଳାଙ୍କ ମୃତ୍ୟୁ । ଗତ କିଛି ଦିନ ପୂର୍ବରୁ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା । ଅଧିକ ପଢନ୍ତୁ...

ଗୁରୁଗ୍ରାମ: କୋରୋନା ପଜିଟିଭ ଜଣେ ଇଟାଲୀୟ ମହିଳାଙ୍କ ମୃତ୍ୟୁ । ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣକ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

78 ବର୍ଷୀୟ ମହିଳା ଜଣକ ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ସହ ରିପୋର୍ଟ ନେଗେଟିଭ ରହିଥିଲା । କିନ୍ତୁ ଗତ ଗୁରୁବାର ହୃଦଘାତ ହେବାରୁ ସେ ପ୍ରାଣ ହାରିଛନ୍ତି । ଗୁରୁଗ୍ରାମ ମୁଖ୍ୟ ଚିକିତ୍ସା ଅଧିକାରୀ ଜେଏସ ପୁନିଆ କହିଛନ୍ତି, ଏହି ହେଉଛି ପ୍ରାଥମିକ ସୂଚନା ଯାହା ଆମେ ଡାକ୍ତରଖାନାରୁ ପାଇଛୁ । ଇଟାଲୀ ପର୍ଯ୍ୟଟକଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ ।

14 କୋରୋନା ପଜିଟିଭ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରେ ଏହି ମହିଳା ଜଣେ । ସେମାନଙ୍କୁ ଗୁରୁଗାଓଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ଅନ୍ୟ ସମସ୍ତଙ୍କୁ ଡିସଚାର୍ଜ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.