ETV Bharat / bharat

120 କୋଟି ଟଙ୍କା ବ୍ୟୟରେ ରକେଟ ଲଞ୍ଚ କରିବ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର

author img

By

Published : Oct 11, 2020, 6:39 AM IST

isro plans
isro plans

2020 ଶେଷ ସୁଦ୍ଧା ଆଉ ଏକ ରକେଟ ଲଞ୍ଚ କରିବ ଭାରତ ମହାକାଶ ଗବେଷଣା କେନ୍ଦ୍ର। ମାତ୍ର 120 କୋଟି ଟଙ୍କା ବ୍ୟୟରେ ଏହି ରକେଟ ତିଆରି କରିବାକୁ ଯୋଜନା କରାଯାଇଛି । ଏନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

ଚେନ୍ନାଇ: ଡିସେମ୍ବର 2020 ସୁଦ୍ଧା ଏକ କ୍ଷୁଦ୍ର ରକେଟ ଲଞ୍ଚ କରିବାକୁ ଯୋଜନା ରଖିଛି ଭାରତୀୟ ଗବେଷଣା କେନ୍ଦ୍ର । ଏନେଇ ଭାରତୀୟ ଗବେଷଣା କେନ୍ଦ୍ରର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ପରୀକ୍ଷଣ ଆରମ୍ଭ ହେବ। ନଭେମ୍ବର ମାସରେ ହେବାକୁ ଥିବା ଏହି ପରୀକ୍ଷଣରେ ରକେଟର ଇନ୍ଧନ ଧାରଣ କ୍ଷମତା, ରକେଟରେ ଲାଗିବାକୁ ଥିବା ମୋଟର ଓ ବୁଷ୍ଟର ଆଦିର ଯାଞ୍ଚ କରାଯିବ।

ଏକ ସାକ୍ଷାତକାରରେ ବିକ୍ରମ ସାରାଭାଇ ମହାକାଶ ଗବେଶଣା କେନ୍ଦ୍ରର ନିର୍ଦ୍ଦେଶକ ଏସ. ସୋମନାଥନ କହିଛନ୍ତି ଯେ, " ଡିସେମ୍ବର ମାସରେ ଶ୍ରୀହରିକୋଟାରୁ ଏହି କ୍ଷୁଦ୍ର ରକେଟ ଉତକ୍ଷେପଣ ହେବ। ଏଥିପାଇଁ ସି-49 ନାମକ ଏକ ପୋଲାର ସେଟେଲାଇଟ ଯାନକୁ ପ୍ରସ୍ତୁତ କରାଯିବ। କ୍ଷୁଦ୍ର ରକେଟ ଲଞ୍ଚ ପାଇଁ ଶ୍ରୀହରିକୋଟାକୁ ମଧ୍ୟ ପୁନଃ ପ୍ରସ୍ତୁତ କରିବାକୁ ହେବ"। ଭାରତୀୟ ଗବେଷଣା କେନ୍ଦ୍ରର ଏକ ଅଂଶ ଭାବେ କାର୍ଯ୍ୟ କରୁଛି ବିକ୍ରମ ସାରାଭାଇ ମହାକାଶ ଗବେଷଣା କେନ୍ଦ୍ର।

ଏହି ରକେଟର ଲମ୍ବ 34 ମିଟର ରହିଥିବା ବେଳେ ଏହାର ଓଜନ 120 ଟନ୍ ରହିଛି । ଏହି ରକେଟ ଏକାଥରକେ ବିଭିନ୍ନ କକ୍ଷପଥରେ ସାଟେଲାଇଟ ଲଞ୍ଚ କରିବାର କ୍ଷମତା ରହିଛି। ଏହି କ୍ଷୁଦ୍ର ରକେଟ ସହ ନଭେମ୍ବର ମାସରେ ମୋଟ 10ଟି ସାଟେଲାଇଟ ଲଞ୍ଚ କରିବାକୁ ଯୋଜନା କରାଯାଇଛି। ଏହି ତାଲିକାରେ ରିସାଟ୍-2ବିଆର୍2 ଓ ଜିସାଟ-12 ଆର୍ ଭଳି ବ୍ୟବସାୟିକ ସାଟେଲାଇଟକୁ ମଧ୍ୟ ସାମିଲ କରାଯାଇଛି। ଏହି ସମସ୍ତ ରକେଟଗୁଡ଼ିକୁ ଶ୍ରୀହରିକୋଟା ଉତକ୍ଷେପଣ କେନ୍ଦ୍ରରେ ଏକତ୍ର କରାଯିବ। ଏହାପରେ ମହାକାଶକୁ ଉତକ୍ଷପଣ କରାଯିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.