ETV Bharat / bharat

ପ୍ରଥମ ସ୍ବଦେଶୀ ଏୟାରକ୍ରାଫ୍ଟ INS ବିକ୍ରାନ୍ତର ଟ୍ରାଏଲ ଶେଷ; ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ର

author img

By

Published : Aug 19, 2020, 10:54 PM IST

ଦେଶର ନୌସେନାକୁ ଶକ୍ତିଶାଳୀ କରିବା ପାଇଁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଛି INS ବିକ୍ରାନ୍ତ । ପଢନ୍ତୁ କେବେ କେଉଁଠି ଅପରେସନ ଆରମ୍ଭ କରିବ INS ବିକ୍ରାନ୍ତ ...

INS ବିକ୍ରାନ୍ତ
INS ବିକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରାନ୍ତ ଖୁବଶୀଘ୍ର ସମୁଦ୍ରକୁ ଓହ୍ଲାଇବାକୁ ଯାଉଛି । ନୌସେନାର ସୂଚନା ଅନୁସାରେ ଆଇଏନଏସ ବିକ୍ରାନ୍ତ ହର୍ବାଲ ଟ୍ରାଏଲ ଶେଷ ହୋଇଛି । ଏବେ ଏହାର ବେସିନ ଟ୍ରାଏଲ ଆସନ୍ତା ମାସରେ ହେବାକୁ ଯାଉଛି । ବେସିନ ଟ୍ରାଏଲ ପରେ ସି’ ଟ୍ରାଏଲ ହେବ । ବିକ୍ରାନ୍ତକୁ 2023 ସୁଦ୍ଧା ନୌସେନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

262 ମିଟର ଲମ୍ବା ଆଇଏନଏସ ବିକ୍ରାନ୍ତ ବିଗତ 2009 ରେ କୋଚିନ ସିପୟାର୍ଡରେ ଆରମ୍ଭ ହୋଇଥିଲା । ଏଥିରେ 26 ଟି ଫାଇଟର ଏୟାରକ୍ରାଫ୍ଟ 10 ଟି ହେଲିକେପ୍ଟର ରହିପାରିବାର ବ୍ଯବସ୍ଥା ହୋଇଛି । ଏହାସହ ଏଥିରେ ମିଗ-29 କେ-31 ୱେଷ୍ଟଲେଣ୍ଡ ଓ ହେଲିକେପ୍ଚର ଧ୍ରୁବ ମଧ୍ୟ ଏଥିରେ ରହିପାରିବ । ।

ସୂତ୍ର ଅନୁସାରେ ଆଇଏନଏସ ବିକ୍ରାନ୍ତର ହର୍ବାଲ ଟ୍ରାଏଲ ହୋଇଛି । କରୋନା ପାଇଁ ବେସିନ ଟ୍ରାଏଲ ହୋଇନାହିଁ । ବେସିନ ଟ୍ରାଏଲ ହେଉଛି ଜାହାଜର ସମସ୍ତ ଯନ୍ତ୍ରପାତି ଖଞ୍ଜାଯାଇ ସମୁଦ୍ରରେ ଟ୍ରାଏଲ ହୁଏ । ସେଠାରେ ଏହାର କାର୍ଯ୍ୟକାରିତାକୁ ନେଇ ନୀରିକ୍ଷଣ କରାଯାଏ ।

ଆଇଏନଏସ ବିକ୍ରାନ୍ତ କାର୍ଯ୍ୟକ୍ଷମ ହେଲେ ଏହାକୁ ଭାରତର ପୂ୍ର୍ବୀତଟ ବିଶାଖାପାଟଣମରେ ମୁତୟନ ପାଇଁ ନୌସେନା ଯୋଜନା କରିଛି । ଋଷ ନିର୍ମିତ ଏୟାରକ୍ରାଫ୍ଟ ଆଇଏନଏସ ବିକ୍ରମାଦିତ୍ବ ଏବେ ପଶ୍ଚିମପାର୍ଶ୍ବ ସମ୍ଭାଳିଛି ।

ଦେଶର ଲମ୍ବା ସମୁଦ୍ର ସୀମା ବାଣିଜ୍ୟକ ପରିବହନ ପାଇଁ ସାମୁଦ୍ରିକ ପଥର ସୁରକ୍ଷା ସୁ-ନିଶ୍ଚିତ କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ଗୋଟିଏ ଗୋଟିଏ କ୍ୟାରିୟର ବେଟଲ ଗ୍ପୁ ପୂର୍ବ ଓ ପଶ୍ଚିମରେ ମୁତୟନ ପାଇଁ ଯୋଜନା କରିଛି । ବର୍ତ୍ତମାନ ପଶ୍ଚିମରେ ଆଇଏନଏସ ବିକ୍ରମାଦିତ୍ବ ଥିବା ବେଳେ ଆଇଏନଏସ ବିକ୍ରନ୍ତ ଅପରେସନରେ ଆରମ୍ଭ କଲେ ପୂର୍ବରେ ମୁତୟନ ହେବ ।

ଆଇଏନଏସ ବିକ୍ରାନ୍ତ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସମସ୍ତ ଅର୍ଥ ମଞ୍ଜୁର କରିଥିବା ବେଳେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ବେ ଏହାର ନିର୍ମାଣ ସମୟ ଭିତରେ ଶେଷ କରିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି । ଏଣୁ ଖୁବ ଶୀଘ୍ର ଆଇଏନଏସ ବିକ୍ରାନ୍ତର ବେସିନ ଟ୍ରାଏଲ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.