ETV Bharat / bharat

ୟୁଏଇରେ ଭାରତର ନୂଆ ରାଷ୍ଟ୍ରଦୂତ ହେଲେ ପ୍ରଭାନ କପୁର

author img

By

Published : Aug 28, 2019, 2:07 PM IST

1990 ବ୍ୟାଚ୍‌ର ଭାରତୀୟ ବିଦେଶ ସେବା ଅଧିକାରୀ ପ୍ରଭାନ କପୁର ୟୁଏଇରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ । ପ୍ରଣବ 2010ରୁ 2013 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ୟୁନାଇଟେଡ ଆରବ ଆମିରାତରେ ନୂଆ ରାଷ୍ଟ୍ରଦୂତ ଭାବେ ପ୍ରଭାନ କପୁରଙ୍କୁ ଭାରତ ନିଯୁକ୍ତି ପ୍ରଦାନ କରିଛି । କପୁର ଖୁବ ଶୀଘ୍ର ଦାୟିତ୍ବ ଗ୍ରହଣ କରିବେ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

1990 ବ୍ୟାଚ୍‌ର ଭାରତୀୟ ବିଦେଶ ସେବା ଅଧିକାରୀ ପ୍ରଭାନଙ୍କୁ ୟୁଏଇରେ ପୂର୍ବତନ ରାଷ୍ଟ୍ରଦୂତ ନବଦୀପ ସିଂହ ସୁରୀଙ୍କ ସ୍ଥାନରେ ନିଯୁକ୍ତି ମିଳିଛି । ସୁରୀ ଅକ୍ଟୋବର 2016ରୁ ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ ।

ଅନ୍ୟପକ୍ଷେ ମସ୍କୋ, କ୍ବିଇ, ଲଣ୍ଡନ ଓ ଜେନେଭାରେ କପୁର ଭାରତୀୟ ମିଶନରେ ନିଜ ସେବା ପ୍ରଦାନ କରିଛନ୍ତି । ପ୍ରଣବ 2010ରୁ 2013 ପର୍ଯ୍ୟନ୍ତ ବିଦେଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ଭାରତରେ ଚାହିଦା ଅନୁସାରେ ତେଲ ଯୋଗାଣ ହୋଇ ପାରୁନାହିଁ, ଯାହା ଫଳରେ ତେଲ ଦର ବୃଦ୍ଧି ପାଉଛି । ଅନ୍ୟପକ୍ଷେ ଆମେରିକାର ପ୍ରତିବନ୍ଧକ ପରେ ଇରାନ ମଧ୍ୟ ତେଲ ଦେବା ବନ୍ଦ କରିଦେଇଛି । ଏହି ମଧ୍ୟରେ ୟୁଏଇ ତେଲ ଆମଦାନୀର ଏକ ବିକଳ୍ପ ହୋଇଛି । ତେବେ ପ୍ରଭାନଙ୍କ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପରେ ତେଲକୁ ନେଇ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଆଶା କରାଯାଉଛି ।

Intro:Body:

hgfh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.