ETV Bharat / bharat

ମନମୋହନଙ୍କ ସୁରକ୍ଷା କବଚ ସାଜିବେ ସିଆରପିଏଫ ଯବାନ

author img

By

Published : Sep 17, 2019, 12:24 PM IST

Updated : Sep 17, 2019, 1:01 PM IST

ଡିଜାଇନ ଫଟୋ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସୁରକ୍ଷା ଦେବେ CRPF ଯବାନ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ଜେଡ ପ୍ଲସ ସିକ୍ୟୁରିଟି ।

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଜଗିବେ ଜେଡ ପ୍ଲସ ସିକ୍ୟୁରିଟି । ସୋମବାର ତାଙ୍କୁ ସିଆରପିଏଫ କମାଣ୍ଡର ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି । ମୋତିଲାଲ ନେହେରୁ ମାର୍ଗରେ ଥିବା ମନମହୋନ ସିଂହଙ୍କ ବାସଭବନରେ 35 ଯବାନ ମୁତୟନ ହୋଇଛନ୍ତି । ବର୍ତ୍ତମାନ ମନମୋହନଙ୍କ ସମେତ ତାଙ୍କ ପରିବାରକୁ ଜଗିବେ ଏହି ଜେଡ ପ୍ଲସ ସିକ୍ୟୁରିଟି ।


ସୂଚନା ଥାଉକି ଯେ ପୂର୍ବରୁ ମନମୋହନଙ୍କୁ ଜଗୁଥିଲେ SPG କମାଣ୍ଡୋ । ବର୍ତ୍ତମାନ ତାଙ୍କୁ ପ୍ରତ୍ୟାହାର କରି ସିଆରପିଏଫ କମାଣ୍ଡର ଦିଆଯାଇଛି । ସେପଟେ ତାଙ୍କ ସୁରକ୍ଷାରେ 50ରୁ ଊର୍ଦ୍ଧ୍ବ କମାଣ୍ଡର ମୁତୟନ କରାଯାଇଛି । ସମସ୍ତେ ସିଫ୍ଟ ଅନୁଯାୟୀ କାମ କରିବେ । ସନ୍ଧାନୀ କୁକୁର ମଧ୍ୟ ଏହି ଜେଡ ପ୍ଲସ ସୁରକ୍ଷାରେ ସାମିଲ ହୋଇଛି । ତେବେ ମନମୋହନ ସିଂହଙ୍କୁ ସୁରକ୍ଷା ଦେବା ପାଇଁ ଯବାନଙ୍କ 24 ଘଣ୍ଟା ମଧ୍ୟରେ ଅତିକମରେ 3ଟି ସିଫ୍ଟ ରହିବ ।

ଏହା ମଧ୍ୟ ପଢନ୍ତୁ:-ମନମୋହନଙ୍କୁ ଜଗିବେନି SPG କମାଣ୍ଡୋ


ମନମୋହନ ଏବଂ ତାଙ୍କ ପରିବାର ଦିଲ୍ଲୀରୁ ଯେଉଁଠାକୁ ଯାଇ ରୁହନ୍ତୁ ନା କାହିଁକି ସେଠାରେ ମଧ୍ୟ ସିଆରପିଏଫ ଯବାନ ତାଙ୍କୁ ସୁରକ୍ଷା ଦେବେ । ଜେଡ ପ୍ଲସ ନିୟମ ମୁତାବକ, ସିଆରପିଏଫ ସମ୍ବନ୍ଧିତ ରାଜ୍ୟ ପୋଲିସ, ଗୁପ୍ତଚର ଟିମ, କାର୍ଯ୍ୟକ୍ରମ ଆୟୋଜକ ଏବଂ ଲୋକ ନିର୍ମାଣ ବିଭାଗଙ୍କ ସହ ସମନ୍ବୟ କରାଯିବ ।

Intro:Body:

BLANK


Conclusion:
Last Updated :Sep 17, 2019, 1:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.