ETV Bharat / bharat

ପୋଲିସ-ମାଓବାଦୀ ଗୁଳି ବିନିମୟ, ଖସି ପଳାଇଲା ହାର୍ଡକୋର ମାଓ ନେତା

author img

By

Published : Aug 20, 2019, 10:34 AM IST

ପ୍ରତିକାତ୍ମକ ଫଟୋ

ପଡୋଶୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟନାସ୍ଥିତ ମନ୍ଦାପାଲ୍ଲୀ ଗାଁ ନିକଟରେ ପୋଲିସ- ମାଓବାଦୀ ଗୁଳିବିନିମୟ ହୋଇଛି । ହାର୍ଡକୋର ମାଓ ନେତାଙ୍କ ସହ 15 ରୁ 18 ମାଓବାଦୀ ସାକ୍ଷାତ କରିବାକୁ ଆସିଥିବା ନେଇ ଖବର ମିଳିବା ପରେ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ ଏନକାଉଣ୍ଟର କରିଥିଲେ।

ବିଶାଖାପାଟନା: ଆନ୍ଧ୍ର ପ୍ରଦେଶର ବିଶାଖାପାଟନାସ୍ଥିତ ମନ୍ଦାପାଲ୍ଲୀ ଗାଁରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବାର ଖବର ମିଳିଛି । ସୋମବାର ବିଳମ୍ବିତ ରାତିରେ ଜିକେ ଭୀଦି ମନ୍ଦାଲ ସ୍ଥିତ ଏକ ନିଷିଦ୍ଧାଞ୍ଚଳରେ ମାଓବାଦୀ ଏବଂ ସିଆରପିଏଫ ଯବାନ ମୁହାଁମୁହିଁ ହୋଇଥିଲେ । ଇଷ୍ଟ ଡିଭିଜନର ହାର୍ଡକୋର ମାଓନେତା ଗୁଳି ବିନମୟ ଚାଲିଥିବା ସମୟରେ ଫେରାର ହୋଇଯାଇଛନ୍ତି ।

ଭୀଦି ମନ୍ଦାଲ ନିକଟରେ ଥିବା ଏକ ଜଙ୍ଗଲରେ ମାଓବାଦୀ ମେଳି କରିଥିବା ନେଇ ଖବର ପାଇଥିଲେ ସିଆରପିଏଫ ଯବାନ ଏବଂ ପୋଲିସ । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସ୍ବରୂପ ଏଠାରେ ଚଢାଉ କରିଥିଲା ପୋଲିସ । ଏଠାକାର ଜଣେ ହାର୍ଡକୋର ମାଓ ନେତାଙ୍କ ସହ 15ରୁ 18 ମାଓବାଦୀ ସାକ୍ଷାତ କରିବାକୁ ଆସିଥିଲେ । ତେବେ ସିଆରପିଏଫ ଯବାନ ପକ୍ଷରୁ ସେମାନଙ୍କ ଉପରେ ଏନକାଉଣ୍ଟର କରାଯାଇଥିଲା । ସେପଟେ ମାଓବାଦୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ ।

କିଛି ସମୟ ମଧ୍ୟରେ ମାଓନେତା ଅରୁଣ, ସୁରେଶ ଏବଂ ଜଗନଙ୍କ ସମେତ ଅନେକ ମାଓବାଦୀ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ । ପୋଲିସ କହିବା ଅନୁସାର ଏଥିରେ କେହି ମୃତାହତ ହୋଇଥିବାର ଜଣାପଡିନାହିଁ । ଉକ୍ତ ସ୍ଥାନରେ ଆଲୋକ ଅଭାବରୁ ଜଙ୍ଗଲ ଭିତରକୁ ପ୍ରବେଶ କରିବା ଅସମ୍ଭବ ଥିଲା । ତେଣୁ ମଙ୍ଗଳବାର ସକାଳୁ ସିଆରପିଏଫ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ତେବେ ଘଟଣାସ୍ଥଳରୁ ମାଓ ସାମଗ୍ରୀ, 10ଟି ଟିଫିନ ବକ୍ସ, ବିପୁଳ ତାର ସାଙ୍ଗକୁ ଗୋଟିଏ ରେଡିଓ ଜବତ କରିଛି ପୋଲିସ।

Intro:Body:

dh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.