ETV Bharat / bharat

ଆଦିବାସୀଙ୍କ ମୁହଁରେ ଦାନା ଦେଲା ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ

author img

By

Published : Apr 4, 2020, 3:16 PM IST

District Collector and MLA trekked kilometres to carry rice and groceries to a tribal settlement
ଆଦିବାସୀଙ୍କ ମୁହଁରେ ଦାନା ଦେଲା ପ୍ରଶାସନ ଓ ସ୍ବଚ୍ଛାସେବୀ ସଂଗଠନ

ଲକ ଡାଉନ ସମୟରେ ଭୋକିଲା ଆଦିବାସୀଙ୍କ ମୁହଁରେ ଦାନା ଦେଲା ପ୍ରଶାସନ ଓ ସ୍ବଚ୍ଛାସେବୀ ସଂଗଠନ । କାଇଥାଙ୍ଗୁ ପ୍ରକଳ୍ପ ମାଧ୍ୟମରେ , 11ଟି ଓ୍ବାର୍ଡରେ ବଣ୍ଟାଗଲା ଅତ୍ୟାବଶ୍ୟକ ସାମଗ୍ରୀ। ଅଧିକ ପଢନ୍ତୁ....

ଥିରୁବନନ୍ତପୁରମ : କେରଳରେ ଭୟଙ୍କର ରୂପ ନେଇଛି କୋରୋନା ଭାଇରସ । ଆକ୍ରାନ୍ତଙ୍କ ସଂଖ୍ୟା 200 ଟପି ଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟ କହୁଛି । ଏନେଇ ପୁରା ରାଜ୍ୟରେ ଜାରି ରହିଛି ଲକ ଡାଉନ । ଲକ ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଗାଡି ଚଳାଚଳ ମଧ୍ୟ ବନ୍ଦ ରଦିଛି । ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି ।

ପଠାନମଥିଟ୍ଟା ଜିଲ୍ଲାରେ ରହୁଥିହା ଆଦିବାସୀମାନେ ଲକ ଡାଉନ ଯୋଗୁଁ ଭୋକ ଉପାସରେ ଦିନ କାଟୁଥିଲେ । ସ୍ଥାନୀୟ ଓ୍ବାର୍ଡ କାଉନସିଲର ଏନେଇ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ । ଖବର ପାଇବା ପରେ ଜିଲ୍ଲାପାଳ ପିବି ନୋହୋ , କନି ବିଧାୟକ କେ ୟୁ ଜାନେଶକୁମାର ଓ ଏକ ସ୍ବେଚ୍ଛାସେବୀ ସଂଗଠନ ଆତ୍ୟାବଶ୍ୟକ ସାମଗ୍ରୀ ସହ ରାସନ ସାମଗ୍ରୀ ଧରି ଘଞ୍ଚ ଜଙ୍ଗଲ ଓ ନଦୀ ପାର ହୋଇ ଅବାନି ପାରାରେ ବାସ କରୁଥିବା ଆଦିବାସୀଙ୍କ ନିକଟରେ ପହଞ୍ଚିଥିଲେ । ଆଉ ବାସ କରୁଥିବା 37 ପରିବାରକୁ ଖାଦ୍ୟ ବଣ୍ଟନ କରିବା ସହ ଯେଉଁ ପିଲାଙ୍କ ଠାରେ ଜ୍ବରର ଲକ୍ଷ୍ମଣ ଦେଖାଯାଉଥିଲା ସେମାନଙ୍କୁ ଔଷଧ ମଧ୍ୟ ଯୋଗାଇ ଦେଇଥିଲେ । କାଇଥାଙ୍ଗୁ ପ୍ରକଳ୍ପ ମାଧ୍ୟମରେ, 11ଟି ଓ୍ବାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟିଥିଲେ ସ୍ବେଚ୍ଛାସେବୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.