ETV Bharat / bharat

ଆସାମ ବନ୍ୟା ସ୍ଥିତି ସଙ୍ଗୀନ, ମୃତ୍ୟୁ ସଂଖ୍ୟା 89କୁ ବୃଦ୍ଧି

author img

By

Published : Jul 23, 2020, 11:35 AM IST

assam flood
ଆସାମ ବନ୍ୟା ସ୍ଥିତି ସଙ୍ଗୀନ

ବୁଧବାର ଆହୁରି 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସାମରେ ବନ୍ୟା ମୃତ୍ୟୁ 89କୁ ବୃଦ୍ଧି ପାଇଛି । ଏଥିସହ ଭୟଙ୍କର ବନ୍ୟା କାରଣରୁ ଆସାମର 26 ଜିଲ୍ଲା ପ୍ରଭାବିତ ହୋଇଥିବା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି(ଏଏସଡିଏମଏ) ସୂଚନା ଦେଇଛନ୍ତି ।

ଗୌହାଟୀ: ବ୍ରହ୍ମପୁତ୍ର ନଦୀରେ ବନ୍ୟା ପରିସ୍ଥିତି ଆସାମରେ ଭୟଙ୍କର ରୂପ ନେଇଛି । ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢୁଥିବା ଏବେ ପରିସ୍ଥିତି ଅଧିକ ବିଗିଡିବାରେ ଲାଗିଛି । ବୁଧବାର ଆହୁରି 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସାମରେ ବନ୍ୟା ମୃତ୍ୟୁ ସଂଖ୍ୟା 89କୁ ବୃଦ୍ଧି ପାଇଛି । ଏଥିସହ ଭୟଙ୍କର ବନ୍ୟା କାରଣରୁ ଆସାମର 26 ଜିଲ୍ଲା ପ୍ରଭାବିତ ହୋଇଥିବା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି(ଏଏସଡିଏମଏ) ସୂଚନା ଦେଇଛନ୍ତି ।

ଏଏସଡିଏମଏ ରିପୋର୍ଟ ଅନୁଯାୟୀ, ଆସାମର ବାରପେଟା, ଦିବ୍ରୁଗଡ, କୋକ୍ରାଝାର, ବୋଙ୍ଗାଇଗାଓ, ତିନସିକୁଆ ଏବଂ ଅନ୍ୟ ଜିଲ୍ଲାର ପାଖାପାଖି 26,31, 343 ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ପାଖାପାଖି 2525 ଗାଁ ଜଳବନ୍ଦୀ ହୋଇରହିଛି । ଏହାଛଡା 1,15,515,25 ହେକ୍ଟର ଜମିରେ ପାଣି ପଶିଛି ।

ସେହିପରି ଏହି ଭୟଙ୍କର ବନ୍ୟା ପାଇଁ କାଜିରଙ୍ଗା ନ୍ୟାସନାଲ ପାର୍କର 85 ପ୍ରତିଶତ ଜଳମଗ୍ନ ରହିଛି । ଏଥିରେ 120 ପଶୁଙ୍କର ମୃତ୍ୟୁ ଘଟିଛି । 147 ପଶୁଙ୍କୁ ପାର୍କରୁ ଏଏସଡିଏମଏ ଦ୍ବାରା ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ 391 ରିଲିଫ କ୍ୟାମ୍ପ ଦ୍ବାରା 45281 ଲୋକଙ୍କୁ ସାହାର୍ଯ୍ୟ କରାଯାଇଛି । ଏପଟେ ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଆଲୋଚନା କରି ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.