ETV Bharat / bharat

ଦୁବାଇରୁ 2ଟି ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିଲେ 350 ଭାରତୀୟ

author img

By

Published : May 9, 2020, 10:41 AM IST

ଦୁବାଇରୁ 350 ଜଣ ଭାରତୀୟଙ୍କୁ ନେଇ ଶୁକ୍ରବାର ରାତିରେ ତାମିଲନାଡୁ ରାଜଧାନୀ ଚେନ୍ନାଇ ଅନ୍ତର୍ଜାତୀୟ ବିମାନରେ ଅବତରଣ କରିଛି 2ଟି ସ୍ବତନ୍ତ୍ର ବିମାନ । ଅଧିକ ପଢନ୍ତୁ...

ଦୁବାଇରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିଲେ 182 ଭାରତୀୟ
ଦୁବାଇରୁ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରିଲେ 182 ଭାରତୀୟ

ଚେନ୍ନାଇ: ବର୍ତ୍ତମାନ ଆରମ୍ଭ ହୋଇଯାଇଛି ବାହାର ଦେଶରେ ଲକଡାଉନ ଯୋଗୁଁ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପ୍ରକ୍ରିୟା । ପ୍ରଥମେ ବିଦେଶୀ ନାଗରିକ ମାନଙ୍କୁ ସେମାନଙ୍କ ଦେଶକୁ ପଠାଯାଇଥିବାବେଳେ ଏବେ ଭାରତୀୟଙ୍କୁ ନିଜ ଘରକୁ ସ୍ବତନ୍ତ୍ର ବିମାନ ଯୋଗେ ନିଜ ଅଣାଯାଉଛି । ଏହି ସମୟରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ମଧ୍ୟ ପାଳନ କରାଯାଉଛି ।

ସୂଚନା ମୁତାବକ, ଦୁବାଇରୁ ପ୍ରଥମେ ଏକ ସ୍ୱତନ୍ତ୍ର ବିମାନ ଯୋଗେଁ ପ୍ରାୟ 182 ଜଣ ଭାରତୀୟ ନାଗରିକ ଶୁକ୍ରବାର ରାତିରେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ସେମାନଙ୍କ ଭିତରେ 3 ଜଣ ଛୋଟ ପିଲା ରହିଛନ୍ତି । ପରବର୍ତ୍ତୀ ସମୟରେ ଆଉ 117 ଜଣ ଭାରତୀୟ ନାଗରିକଙ୍କୁ ଧରି ଏୟାର ଇଣ୍ଡିଆ IX540-POB 177 ଭାରତରେ ପହଞ୍ଚିଛି ।

ତେବେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ ଏବଂ ଡାକ୍ତରୀ ପରୀକ୍ଷା କରାଯାଉଛି । ଏହାପରେ ନିର୍ଦ୍ଦେଶାବଳୀ ଅନୁଯାୟୀ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ବୋଲି ଏକ ବିବୃତିରେ କୁହାଯାଇଛି । ଗୁରୁବାର ଠାରୁ ଆରମ୍ଭ ହୋଇଥିବା 'ବନ୍ଦେ ଭାରତ ମିଶନ' ମିଶନ ଆରମ୍ଭ ହୋଇଛି । ଏହି ମିଶନରେ ଦେଶ ବାହାରେ ଥିବା ସମସ୍ତ ନାଗରିକଙ୍କୁ ଭାରତକୁ ଅଣାଯିବ ।

ସେହିପପରି 182 ଭାରତୀୟ ନାଗରିକ ବାହାରେନର ମନାମା ଠାରୁ ଏକ ସ୍ୱତନ୍ତ୍ର ବିମାନରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିବାବେଳେ 234 ଜଣ ଯାତ୍ରୀଙ୍କୁ ନେଇ ସିଙ୍ଗାପୁରରୁ ଏୟାର ଇଣ୍ଡିଆ ବିମାନ AI 381 ନୂଆଦିଲ୍ଲୀରେ ଅବତରଣ କରିଛି । ସେହିପରି ଢାକା ଠାରୁ ଏକ AI 1242 ବିମାନ ଶ୍ରୀନଗରରେ ଅବତରଣ କରିଛି ଏବଂ ରିୟାଦରୁ ତୃତୀୟ ବିମାନ କେରଳର କୋଜିକୋଡେରେ ଅବତରଣ କରିଛି ।

ବନ୍ଦେ ଭାରତ ମିଶନ ମାଧ୍ୟମରେ 64ଟି ବିମାନ ଏବଂ ତିନୋଟି ନୌସେନା ଜାହାଜ କୋରୋନା ଭାଇରସ ମହାମାରୀ କାରଣରୁ ବିଦେଶରେ ଫସି ରହିଥିବା ପ୍ରାୟ 15,000 ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ନେଇ ମିଶନ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.