ETV Bharat / bharat

Bharat Bandh Effect: ରାଜଧାନୀରେ ଟ୍ରାଫିକ ଜାମ, 80ରୁ ଅଧିକ ଟ୍ରେନ ବାତିଲ

author img

By

Published : Jun 20, 2022, 12:49 PM IST

Updated : Jun 20, 2022, 1:50 PM IST

ରାଜଧାନୀରେ ଟ୍ରାଫିକ ଜାମ, 80ରୁ ଅଧିକ ଟ୍ରେନ ବାତିଲ
ରାଜଧାନୀରେ ଟ୍ରାଫିକ ଜାମ, 80ରୁ ଅଧିକ ଟ୍ରେନ ବାତିଲ

ତେଜୁଛି ବିବାଦ । ତୀବ୍ର ହେଉଛି ଆନ୍ଦୋଳନ । ଅଗ୍ନିପଥ ଯୋଜନା ବିରୋଧରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ତେଜୁଛି ବିବାଦ । ତୀବ୍ର ହେଉଛି ଆନ୍ଦୋଳନ । ଅଗ୍ନିପଥ ଯୋଜନା ବିରୋଧରେ ଆଜି ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଜାମ ହୋଇଛି । 80ରୁ ଅଧିକ ଟ୍ରେନ ବାତିଲ ହୋଇଛି । ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ ଜାମ ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଦିଲ୍ଲୀ-ଗୁରୁଗ୍ରାମ ଏକ୍ସପ୍ରେସୱେ ଆଦି ବିଭିନ୍ନ ଅଞ୍ଚଳ ଚେକପୋଷ୍ଟରେ ପୋଲିସ ବ୍ୟାରିକେଟ କରିଛି । ଭାରତ ବନ୍ଦ ପ୍ରଭାବରେ ରାଜରାସ୍ତା ଜାମ ହୋଇଛି । ପଛକୁ ପଛ ଗାଡି ଲମ୍ବିଛି । ସେହପରି ରେଳ ସେବା ଉପରେ ମଧ୍ୟ ଭାରତ ବନ୍ଦ ପ୍ରଭାବ ପଡିଛି । 80ରୁ ଅଧିକ ଟ୍ରେନ ବାତିଲ ହୋଇଛି । ଟ୍ରେନ ବାତିଲ ହେବା ପରେ ଯାତ୍ରୀମାନେ ମଧ୍ୟ ଅସୁବିଧାରେ ପଡିଛନ୍ତି । 4 ଘଣ୍ଟା ଧରି ଟ୍ରେନକୁ ଅପେକ୍ଷା କରିଥିଲୁ । ଯେତେବେଳେ ଟ୍ରେନ ଷ୍ଟାଟସ୍‌ ଚେକ କଲୁ ବାତିଲ ହେବା ନେଇ କୌଣସି ସୂଚନା ନଥିଲା । ମାତ୍ର ଷ୍ଟେସନରେ ପହଞ୍ଚିବା ପରେ ବାତିଲ ବୋଲି ଜାଣିବାକୁ ପାଇଥିବା ଜଣେ ଯାତ୍ରୀ ଗଣମାଧ୍ୟମକୁ କହିଛନ୍ତି ।

  • 71 Delhi area bound commuter trains (including return services) have been cancelled for today (20.06.2022).
    List is as under :- pic.twitter.com/dgVBdTvMNe

    — Northern Railway (@RailwayNorthern) June 20, 2022 " class="align-text-top noRightClick twitterSection" data=" ">

ବିକ୍ଷୋଭ କାରଣରୁ ଇଷ୍ଟକୋଷ୍ଟ ରେଲୱେ ପ୍ରଭାବିତ ହୋଇଛି । ମୋଟ 18ଟି ପୂର୍ବ ତଥ ରେଳ ବିଭାଗର ଟ୍ରେନ ବାତିଲ ହୋଇଥିବା ଉତ୍ତର ରେଳ ବିଭାଗ ଟ୍ବିଟ କରି ସୂଚନା ଦେଇଛି । 71 ଦିଲ୍ଲୀ କମ୍ୟୁଟର ଟ୍ରେନ ସେବା ବ୍ୟାହତ ହୋଇଛି । ସେପଟେ ଝାଡଖଣ୍ଡର ସମସ୍ତ ସ୍କୁଲ ଆଜି ବନ୍ଦ ରହିଛି । JAC ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି । ଏନେଇ ଏକ ନୂଆ ତାରିଖ ବାହାରିବ । ବିହାର ମୁଜାଫରପୁରରେ ମଧ୍ୟ ସ୍କୁଲ ବନ୍ଦ ରହିଛି । ରାଜସ୍ଥାନ ଜୟପୁରରେ ରବିବାର ସନ୍ଧ୍ୟା 6ରୁ ମଧ୍ୟରାତ୍ରୀ ଯାଏଁ ଅଗଷ୍ଟ 18 ପର୍ଯ୍ୟନ୍ତ 144 ଲାଗୁ ହୋଇଛି ।

  • 18 East bound train services scheduled from different N.Rly. terminals have been cancelled.

    List is as under :- pic.twitter.com/8HDKPAutfS

    — Northern Railway (@RailwayNorthern) June 20, 2022 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, ସଶସ୍ତ୍ର ବଳରେ ସ୍ବଳ୍ପକାଳୀନ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା 'ଅଗ୍ନିପଥ' ପ୍ରତ୍ୟାହାର ଦାବିରେ 12ରୁ ଅଧିକ ରାଜ୍ୟରେ ବିକ୍ଷୋଭ ଜାରି ରହିଛି । ବିକ୍ଷୋଭକାରୀ ଦେଶର ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି । ଏଯାଏ ରେଳମନ୍ତ୍ରଣାଳୟର 700 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି ।

Last Updated :Jun 20, 2022, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.