ETV Bharat / bharat

Balasore Train Accident: ବିହାରର 88 ଜଣଙ୍କ ମିଳୁନି ପତ୍ତା

author img

By

Published : Jun 7, 2023, 1:47 PM IST

bihar people missing in Balasore Train Accident
bihar people missing in Balasore Train Accident

ଓଡିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବିହାରର 88ଜଣଙ୍କର ଏବେ ସୁଦ୍ଧି କୌଣସି ପତ୍ତା ମିଳୁନାହିଁ । ଅଧିକ ପଢନ୍ତୁ

ପାଟନା: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିରୁ ବିବାହ ରାଜ୍ୟରୁ 43ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ 44ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାକୁ 5 ଦିନ ବିତିଛି ହେଲେ 88ଜଣଙ୍କର କୌଣସି ଖୋଜ ଖବର ନଥିବା କହିଛନ୍ତି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସାହାନୱାଜ ଆଲାମ ।

  • Balasore train accident | 43 people from Bihar died in the incident. While 44 people were injured and 88 people are missing, says State disaster management minister Shahnawaz Alam.

    — ANI (@ANI) June 7, 2023 " class="align-text-top noRightClick twitterSection" data=" ">

ସେ କହିଛନ୍ତି, ''ଦୁର୍ଘଟଣାରେ ମୋଟ 43 ଜଣଙ୍କର ମୃତ୍ୟୁ ହୋଇଛି । 44ଜଣ ଆହତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 88ଜଣଙ୍କର କୌଣସି ଖୋଜ ଖବର ମିଳୁନାହିଁ । ତେବେ ଆଉ 88 ଜଣ ଯାତ୍ରୀ କେଉଁଆଡେ ଗଲେ ସେମାନେ ନିଖୋଜ ଅଛନ୍ତି ।'' ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ର ମମତା ବାନାର୍ଜୀ ଓଡିଶା ଗସ୍ତ କରି ଆହତଙ୍କୁ ଭେଟିଥିଲେ । ପଶ୍ଚିମବଙ୍ଗର 31 ଜଣଙ୍କ ନିଖୋଜ ଥିବା ଅଭିଯୋଗ କରିଥିଲେ । ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ବିହାରର ଏତେ ଜଣ ନିଖୋଜ ଥିବା ଅଭିଯୋଗ ପରେ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ମୃତ୍ୟୁସଂଖ୍ୟା ଅଧିକ ରହିଛି କି ବୋଲି ନା ନା ପ୍ରଶ୍ନ ଉଙ୍କି ମାରୁଛି । ଓଡିଶାର 7ଜିଲ୍ଲାରୁ 39 ଜଣ ମୃତକ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ...Train Crash: କରମଣ୍ଡଳରେ ବସିଥିଲା ପୁଅ, ୩ ଦିନ ପରେ ହସ୍ପିଟାଲରେ ପାଇଲେ ନେପାଳ ଦମ୍ପତି

ଦୁର୍ଘଟଣାକୁ 5 ଦିନ ବିତିଛି । ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ବାକି 83ରୁ 85ଟି ମୃତଦେହର ପରିଚୟ ମିଳିପାରିନି । ଦୁର୍ଘଟଣା ପରେ ଏମ୍ସକୁ ମୋଟ 162ଟି ମୃତଦେହ ଆସିଥିଲା । ସେଥିମଧ୍ୟରୁ 71ଟି ହସ୍ତାନ୍ତର କରାଯାଇଛି । ଯାହାଫଳରେ ଏମ୍ସରେ 52 ମୃତଦେହ ରହିଥିବା ବେଳେ ଅନ୍ୟ ହସ୍ପିଟାଲକୁ ଗୁଡିକରୁ ସମସ୍ତ ମୃତଦେହ ଗୁଡିକୁ ଏଠାକୁ ଅଣାଯାଇଛି । ବିଭିନ୍ନ ରାଜ୍ୟରୁ ଲୋକମାନେ ନିଜ ଆତ୍ମୀୟଙ୍କ ମୃତଦେହ ଚିହ୍ନଟ ପାଇଁ ଆସୁଛନ୍ତି ।

ଏହା ବି ପଢନ୍ତୁ...Train Tragdy: ଲାସ୍‌ର ପାହାଡ ତଳୁ 10 ବର୍ଷର ଦେବାଶିଷଙ୍କୁ ଖୋଜି ପାଇଲା ଭାଇ

ପ୍ରକାଶଥାଉ କି, ଜୁନ 2 ତାରିଖ ରାତି ପ୍ରାୟ 7ଟାରେ ଘଟିଥିବା ଭୟଙ୍କର ବାହାନଗା ଟ୍ରେନ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ସବୁ କିଛି ଛାରଖାର ହୋଇଯାଇଥିଲା । ଓଲଟି ପଡିଥିଲା ବଗି । ଲିଭିଯାଇଥିବା ଅନେକ ଜୀବନ ଦୀପ । ଚାରିଆଡେ ଆର୍ତ୍ତନାଦ ଚିତ୍କାର । ସରକାରୀ ରିପୋର୍ଟ ଅନୁସାରେ ଏହି ଭୟାନକ ଛାତିଥରା ଦୃଦୟବିଦାରକ ଦୁର୍ଘଟଣାରେ ମୋଟ 288 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 1000ରୁ ଅଧିକ ଲୋକ ଆହତ ହୋଇଥିଲେ । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.