ETV Bharat / bharat

Hate speech case: ଆଜମ ଖାନ ପୁଣି ଦୋଷୀ ସାବ୍ୟସ୍ତ, 2ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Jul 15, 2023, 7:33 PM IST

Hate speech case: ଆଜମ ଖାନ ଦୋଷୀ ସାବ୍ୟସ୍ତ, 2 ବର୍ଷ ଜେଲ ଦଣ୍ଡାଦେଶ
Hate speech case: ଆଜମ ଖାନ ଦୋଷୀ ସାବ୍ୟସ୍ତ, 2 ବର୍ଷ ଜେଲ ଦଣ୍ଡାଦେଶ

ହେଟସ୍ପିଚ ମାମଲାରେ ପୁଣି ଦୋଷୀ ସାବ୍ୟସ୍ତ ହେଲେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ । ଗତବର୍ଷ ଆଉ ଏକ ହେଟସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହରାଇଥିଲେ ବିଧାୟକ ସଭ୍ଯ ପଦ । ଅଧିକ ପଢନ୍ତୁ

ଲକ୍ଷ୍ନୌ: 2019 ମସିହାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ହେଟସ୍ପିଚ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ସାମାଜବାଦୀ ପାର୍ଟି ନେତା ଆଜମ ଖାନ । ପୂର୍ବରୁ ମଧ୍ୟ ସେ ଅନ୍ୟ ଏକ ହେଟସ୍ପିଚ୍‌ ମାମଲାରେ ଦୋଷୀ ସାବସ୍ତ ହୋଇଥିଲେ । ତାଙ୍କର ବିଧାୟକ ପଦ ରଦ୍ଦ ମଧ୍ୟ ହୋଇସାରିଛି । ହେଲେ ସେ ପରେ ଚଳିତ ବର୍ଷ ମେ ମାସରେ ମମଲାରେ ନିର୍ଦ୍ଦୋଷରେ ଖଲାସ ମଧ୍ୟ ହୋଇସାରିଥିଲ । ଆଜି ସେ ପୁଣି 2019 ର ଏକ ହେଟସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ 2 ବର୍ଷ ଜେଲଦଣ୍ଡାଦେଶ ପାଇଛନ୍ତି । ରାମପୁର ଏମପି ଏମଏଲଏ କୋର୍ଟ ଏହି 72 ବର୍ଷୀୟ ରାଜନେତାଙ୍କୁ ଦୋଷୀ ସାବ୍ୟସ୍ତ କରିବା 2ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଆଜି ଶୁଣାଣିରେ ସ୍ବତନ୍ତ୍ର କୋର୍ଟ ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ହଜାର ଟଙ୍କାର ଜରିମାନା ପାଇଁ ରାୟ ଶୁଣାଇଛନ୍ତି । 2019 ରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ଘୃଣା ସୃଷ୍ଟି କରିବା ପରି ବୟାନ ଦେଇଥିବା ଓ ଏକାଠି ହୋଇଥିବା ଲୋକଙ୍କୁ ଉତ୍ତଜିତ କରିଥିବା ଅଭିଯୋଗ ହୋଇଥିଲା । ରାମପୁର ଜିଲ୍ଲା ଉନ୍ନୟନ ଅଧିକାରୀ (ପଞ୍ଚାୟତ ବିଭାଗ) ଅନିଲ କୁମାର ଚୌହାନ ଆଜମଙ୍କ ବିରୋଧରେ ଏକ ଏତଲା ଦାଏର କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ଏମପି/ଏମଏଲଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲ ଦଣ୍ଡାଦଶରେ ଦଣ୍ଡିତ କରିଛନ୍ତି । ଆଜି ଶୁଣାଣି ବେଳେ ଆଜମଙ୍କୁ କୋର୍ଟରେ ପ୍ରତ୍ୟେକ୍ଷ ହାଜର କରାଯାଇଥିଲା ।

ପୂର୍ବରୁ ଗତବର୍ଷ (2022) ଅକ୍ଟୋବର 27 ତାରିଖରେ ଅନ୍ୟ ଏକ ହେଟସ୍ପିଟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆଜମ । ତାଙ୍କୁ 3 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଏହି ଦଣ୍ଡାଦେଶ ପରେ ତୁରନ୍ତ ଆଜମଙ୍କ ବିଧାୟକ ସଭ୍ୟପଦ ରଦ୍ଦ ହୋଇଥିଲା । ହେଲେ ଚଳିତ ବର୍ଷ ମେ’ 24 ତାରିଖରେ ତଳକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ଆଜମ ଖାନ କରିଥିବା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି MP/MLA କୋର୍ଟ ତଳକୋର୍ଟଙ୍କ ଦଣ୍ଡାଦେଶକୁ ରଦ୍ଦ କରିଦେଇଥିଲେ । ହେଲେ ତଳ କୋର୍ଟଙ୍କ ଦଣ୍ଡାଦେଶରେ ସଭ୍ୟପଦ ହରାଇଥିବା ଆଜମଙ୍କ ସଭ୍ୟପଦ ଫେରିପାଇବା ସମ୍ଭବ ନଥିଲା । ତାଙ୍କ ବଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ।


ଏହା ମଧ୍ଯ ପଢନ୍ତୁ :- Hate speech case: ଦୋଷୀ ସାବ୍ୟସ୍ତ ହୋଇ ଯାଇଥିଲା ବିଧାୟକ ପଦ, ଏବେ ନିର୍ଦ୍ଦୋଷରେ ଖଲାସ ହେଲେ

ଆଜମ ପଦ ହରାଇବା ପରେ ତାଙ୍କ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆକାଶ ସକ୍ସେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେ ତାଙ୍କ ବିଧାୟକ ପୁଅ ଅବଦୁଲ୍ଲା ଆଜମ ଖାନ ମଧ୍ୟ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ବାପାଙ୍କ ପରି ସେ ମଧ୍ୟ ବିଧାୟକ ପଦରୁ ବରଖାସ୍ତ ହୋଇଥିଲେ । ସ୍ବାର ଆସନରେ ବିଧାୟକ ଥିବା ଆଜମଙ୍କ ପୁଅ ଅବୁଦୁଲ୍ଲାଙ୍କ ସ୍ଥାନରେ ଉପନିର୍ବାଚନରେ ଆପନା ଦଳ ପ୍ରାର୍ଥୀ ସଫିକ ଅହମ୍ମଦ ଅନସାରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଗତକାଲି ନାଟକୀୟ ଢଙ୍ଗରେ ଉତ୍ତର ପ୍ରଦେଶ ସରକାର ଆଜମ ଖାନଙ୍କୁ ମିଳୁଥିବା Y ବର୍ଗର ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରିନେଇଥିଲେ । ତାଙ୍କୁ କେବଳ ପ୍ରଦେଶ ପୋଲିସ ପକ୍ଷରୁ ମୌଳିକ ସୁରକ୍ଷା ଯୋଗାଇ ଦିଆଯିବା ନେଇ ପୋଲିସ ସ୍ପଷ୍ଟ କରିଥିଲା । ଆଜି ତାଙ୍କୁ ପୁଣି ହେଟସ୍ପିଚ୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ସହ ଜେଲଦଣ୍ଡ ହୋଇଛି । ଖୁବଶିଘ୍ର ସେ କୋର୍ଟରେ ଆତ୍ମସମର୍ପଣ କରିବ ନଚେତ ତାଙ୍କୁ ଗିରଫ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.