ETV Bharat / bharat

ଖେରୀ ହିଂସାକାଣ୍ଡ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଓୱେସୀ

author img

By

Published : Oct 11, 2021, 6:19 AM IST

asuddin-owaisi
ମୋଦି ମନ୍ତ୍ରୀମଣ୍ଡଳରୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଓୱେସୀ

ଉତ୍ତରପ୍ରଦେଶର ବଳରାମପୁରରେ ଏକ ସାଧାରଣସଭାରେ ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ଓୱେସୀ। କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଅଜୟ ମିଶ୍ରା ଟେନୀ କାହିଁକି ଇସ୍ତଫା ଦେଉନାହାଁନ୍ତି ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ସାଧାରଣ ସଭାରେ ପିଏମ ମୋଦିଙ୍କୁ ଟାର୍ଗେଟ କଲେ ଓୱେସୀ । ଉତ୍ତରପ୍ରଦେଶର ବଳରାମପୁରରେ ଆୟୋଜିତ ଏକ ସଭାରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା କାହିଁକି ଇସ୍ତଫା ଦେଉନାହାଁନ୍ତି ବୋଲି କହିଛନ୍ତି। ଏହା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅସଦୁ୍ଦ୍ଦିନ ଓୱେସୀ ।

ଲଖିମପୁର ଖେରୀ ହିଂସା ଘଟଣାକୁ ନେଇ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ ସୁପ୍ରିମକୋର୍ଟର କଡା ଟିପ୍ପଣୀ ପରେ ଏହି ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ତଦନ୍ତ ପରିସରକୁ ଅଣାଯାଇଛି। ତଦନ୍ତ ବେଳେ ୧୦ ଘଣ୍ଟା ପର୍ଯ୍ୟନ୍ତ ଥାନାରେ ବସାଇ ଜଳଖିଆ ଖାଇବାକୁ ଦିଆଯାଇଛି। ଲାଗୁଛି ଯେମିତି ବାବୁ ପୋଲିସ ଷ୍ଟେସନ ନୁହେଁ ତାଙ୍କ ଶ୍ବଶୁର ଘରକୁ ଯାଇଛନ୍ତି। ଏହା ପରେ ମଧ୍ୟ ପ୍ରଶ୍ନ ଉଠିଛି ଯେ ନରେନ୍ଦ୍ର ମୋଦି କାହିଁକି ଅଜୟ ମିଶ୍ରାଙ୍କୁ ତାଙ୍କ କ୍ୟାବିନେଟରୁ ହଟାଉ ନାହାଁନ୍ତି ବୋଲି ଓୱେସୀ କହିଛନ୍ତି।

ଅଜୟ ମିଶ୍ରା ଉତ୍ତରପ୍ରଦେଶରେ ଏକ ଉଚ୍ଚ ଜାତିର ଚେହେରା । ତେଣୁ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟରୁ ବାହାର କରୁନାହାଁନ୍ତି । ଏଭଳି କଲେ ଆଗାମୀ ନିର୍ବାଚନରେ ବିଜେପିକୁ ଉଚ୍ଚଜାତିର ଭୋଟ ମିଳିବ ନାହିଁ ତେଣୁ ତାଙ୍କୁ ମୋଦି ବଞ୍ଚାଉଛନ୍ତି ବୋଲି ଓୱେସୀ କହିଛନ୍ତି । ଯଦି ସେହି ସ୍ଥାନରେ ଜଣେ ମୁସଲମାନଙ୍କ ନାମ ରହିଥାନ୍ତା ତେବେ ଖୁବଶୀଘ୍ର ତାଙ୍କ ଘର ଉପରେ ବୁଲଡୋଜର ଚଢାଇଦେଇଥାନ୍ତେ ।

ସୂଚନାଥାଉକି ଉତ୍ତରପ୍ରଦେଶରେ ଲଖିମପୁର ଖେରୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଚାଷୀଙ୍କ ଉପରେ ଗାଡି ଚଢାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଚାରି ଜଣ ଚାଷୀ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୟୁପି ସରକାର ଏସଆଇଟି ଗଠନ କରି ତଦନ୍ତ ଚଳାଇଛନ୍ତି । ଗତକାଲି ଆଶିଷ ମିଶ୍ରା କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଥିଲେ । ପୋଲିସକୁ ପଚରାଉଚୁରାରେ ସହଯୋଗ ନ କରିବାରୁ ଆଶିଷ ମିଶ୍ରାଙ୍କୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.