ETV Bharat / bharat

ବିଧାନସଭା ଜନାଦେଶ 2023: ‘ଫଳାଫଳକୁ ବିନମ୍ରତାର ସହ ସ୍ବୀକାର କରୁଛୁ, ବିଚାରଧାରାର ଲଢେଇ ଜାରି ରହିବ’

author img

By ETV Bharat Odisha Team

Published : Dec 3, 2023, 6:24 PM IST

ବିଧାନସଭା ଜନାଦେଶ 2023: ‘ଫଳାଫଳକୁ ବିନମ୍ରତାର ସହ ସ୍ବୀକାର କରୁଛୁ, ଆଦର୍ଶବାଦର ଲଢେଇ ଜାରି ରହିବ’
ବିଧାନସଭା ଜନାଦେଶ 2023: ‘ଫଳାଫଳକୁ ବିନମ୍ରତାର ସହ ସ୍ବୀକାର କରୁଛୁ, ଆଦର୍ଶବାଦର ଲଢେଇ ଜାରି ରହିବ’

4 ରାଜ୍ୟର ବିଧାନସଭା ଜନାଦେଶକୁ ସ୍ବୀକାର କଲେ ରାହୁଲ ଗାନ୍ଧୀ । ତେଲେଙ୍ଗାନାବାସୀଙ୍କୁ ଦେଲେ ଧନ୍ୟବାଦ । କହିଲେ ବିଚାରଧାରାର ଲଢେଇ ଜାରି ରହିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ସଂଧ୍ୟାରେ ସଂଖ୍ୟା ବହୁମତ ସ୍ପଷ୍ଟ ହେବା ପରେ ତମାମ ପାର୍ଟିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଫଳାଫଳରେ ଜନତାଙ୍କ ଆଶୀର୍ବାଦ ପାଇଥିବା ଦଳମାନେ ଏବେ ସରକାର ଗଠନ କରିବାକୁ ଅଣ୍ଟା ଭିଡୁଥିବା ବେଳେ ଆତ୍ମସମୀକ୍ଷା କରୁଛନ୍ତି ପ୍ରତ୍ୟାଖାନ ହୋଇଥିବା ଦଳ ।

  • मध्य प्रदेश, छत्तीसगढ़ और राजस्थान का जनादेश हम विनम्रतापूर्वक स्वीकार करते हैं - विचारधारा की लड़ाई जारी रहेगी।

    तेलंगाना के लोगों को मेरा बहुत धन्यवाद - प्रजालु तेलंगाना बनाने का वादा हम ज़रूर पूरा करेंगे।

    सभी कार्यकर्ताओं को उनकी मेहनत और समर्थन के लिए दिल से शुक्रिया।

    — Rahul Gandhi (@RahulGandhi) December 3, 2023 " class="align-text-top noRightClick twitterSection" data=" ">

ଏହି 4 ଟି ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କଂଗ୍ରେସ କେବଳ ତେଲଙ୍ଗାନାରେ କ୍ଷମତା ହାସଲ କରିଥିବା ବେଳେ ବିଜେପି ଅବଶିଷ୍ଟ 3 ରାଜ୍ୟ ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କ୍ଷମତା ଦଖଲ କରିଛି । କଂଗ୍ରେସ ଷ୍ଟାର କ୍ୟାମ୍ପନେର ରାହୁଲ ଗାନ୍ଧୀ ଏହି ଫଳାଫଳକୁ ସ୍ବୀକାର କରୁଥିବା ଓ ଆଦର୍ଶବାଦ ଲଢେଇ ଜାରି ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।

ଟ୍ବିଟ୍‌ କରି ରାହୁଲ କହିଛନ୍ତି,‘‘ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ । ଆଦର୍ଶବାଦର ଲଢେଇ ଜାରି ରହିବ । ମୁଁ ତେଲେଙ୍ଗାନାବାସୀ ନିକଟରେ କୃତଜ୍ଞ । ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା ନିର୍ମାଣ କରିବା ଦିଗରେ ନିଜର ପ୍ରତିଶୃତି ପୂରଣ କରିବୁ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ପରିଶ୍ରମ ଓ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ।’’

ଏହା ମଧ୍ୟ ପଢନ୍ତୁ :- ବିଜୟ ପରେ ପାର୍ଟି ଅଫିସରେ ବସୁନ୍ଧରା: କହିଲେ ମୋଦିଙ୍କ ଗ୍ୟାରେଣ୍ଟି ଓ ଶାହଙ୍କ ରଣନୀତି ଆଣିଲା ବିଜୟ

ସୂଚନା ଅନୁସାରେ, କଂଗ୍ରେସ କେବଳ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଛି । ଦଳ ରାଜ୍ୟରେ 65 ଆସନ ହାସଲ କରିବାରେ ସଫଳ ହୋଇଛି । ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମାତ୍ର 39 ଆସନରେ ସୀମିତ ରହିଛି । କଂଗ୍ରେସ ଶାସନରେ ଥିବା ରାଜସ୍ଥାନ ଓ ଛତିଶଗଡରେ କ୍ଷମତାରୁ ବେଦଖଲ ହୋଇଛି ଦଳ । ରାଜସ୍ଥାନରେ କଂଗ୍ରେସ ମାତ୍ର 70 ଆସନ ପାଇଥିବା ବେଳେ ବିଜେପି 115 ଆସନ ସହ ସରକାର ଗଠନ କରିବାକୁ ଯାଉଛି । ସେହିପରି ଅନ୍ୟତମ କଂଗ୍ରେସଶାସିତ ରାଜ୍ୟ ଛତିଶଗଡରେ ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିଛି । ଏକଜିଟ ପୋଲର ସଙ୍କେତ କଂଗ୍ରେସ ସପକ୍ଷରେ ରହିଥିଲେ ସୁଦ୍ଧା ଏକଜାକ୍ଟ ପୋଲରେ ସମ୍ପୂର୍ଣ୍ଣ ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପି କ୍ଷମତା ହାସଲ କରିଛି । ଛତିଶଗଡରେ କଂଗ୍ରେସକୁ ମାତ୍ର 35 ଆସନ ମିଳିଥିବା ବେଳେ ବିଜେପି 55 ଆସନ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.