ବିଜୟ ପରେ ପାର୍ଟି ଅଫିସରେ ବସୁନ୍ଧରା: କହିଲେ ମୋଦିଙ୍କ ଗ୍ୟାରେଣ୍ଟି ଓ ଶାହଙ୍କ ରଣନୀତି ଆଣିଲା ବିଜୟ

By ETV Bharat Odisha Team

Published : Dec 3, 2023, 5:27 PM IST

thumbnail

ଜୟପୁର: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ଶାସନ ଆରମ୍ଭ ହେବାକୁ ଯାଉଛି । ଫଳାଫଳ ସ୍ପଷ୍ଟ ହେବା ଦଳର ରାଜ୍ଯ ମୁଖ୍ୟାଳୟରେ ପହଞ୍ଚିଛନ୍ତି ରାଜ୍ୟ ବିଜେପିର ବଡ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । ଫଳାଫଳ ସ୍ପଷ୍ଟ ହେବା ପରେ ସେ ପାର୍ଟି ଅଫିସରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଶ୍ରେୟ ଦେଇଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ଓ ଶାହଙ୍କ ରଣନୀତି ଦଳ ପାଇଁ ବିଜୟ ଆଣିଛି ବୋଲି ବସୁନ୍ଧରା କହିଛନ୍ତି । ରାଜ୍ୟବାସୀ କଂଗ୍ରେସକୁ ପ୍ରତ୍ୟାଖାନ କରିବା ସହ ଭାରତୀୟ ଜନତା ପାର୍ଟିକୁ ଶାସନ ଦେଇଥିବା ବସୁନ୍ଧରା କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପଦ ନେଇ ଦଳ କୌଣସି ଆଭିମୁଖ୍ୟ ସ୍ପଷ୍ଟ କରିନଥିଲେ ସୁଦ୍ଧା ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ରହିଛନ୍ତି । ଚଳିତ ଥର ହମନ୍ତ ବାଲକନାଥ ମଧ୍ୟ ଏହି ଧାରାରେ ବସୁନ୍ଧରାଙ୍କ ପ୍ରତିଦ୍ବନ୍ଦ୍ବୀ ହୋଇପାରନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.