ETV Bharat / bharat

ଯଦି ରାହୁଲଙ୍କ ମୃତ୍ୟୁ ହୋଇଛି, ଭାରତ ଯୋଡ଼ ଯାତ୍ରାରେ କଣ ଭୂତ ବୁଲୁଛି: ଓୱେସି

author img

By

Published : Jan 13, 2023, 4:18 PM IST

asaduddin owaisi
ଆସାଦୁଦ୍ଦିନ ଓୱେସି

"ରାହୁଲ ଗାନ୍ଧୀଙ୍କୁ ମୁଁ ହତ୍ୟା କରିଛି" କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ପରେ ଆସାଦୁଦ୍ଦିନ ଓୱେସି ତାଙ୍କୁ ଟାର୍ଗେଟ କରିଛନ୍ତି । ଭାରତ ଯୋଡ଼ ଯାତ୍ରାରେ ଜିନ୍ନ ବୁଲୁଥିବା ନେଇ ଓୱେସି ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ହରିୟାଣାରେ ଭାରତଯୋଡ଼ ଯାତ୍ରା ସମୟରେ ରାହୁଲ ଗାନ୍ଧୀ କହିଥିଲେ, " ରାହୁଲ ଗାନ୍ଧୀଙ୍କୁ ମୁଁ ହତ୍ୟା କରିଛି" ଏବଂ ସେ ତାଙ୍କ ଭାବମୂର୍ତ୍ତିକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସି ଟାର୍ଗେଟ କରିଛନ୍ତି । ଓୱେସି କହିଛନ୍ତି, "ଯଦି ରାହୁଲଙ୍କ ମୃତ୍ୟୁ ହୋଇଛି, ଭାରତ ଯୋଡ଼ ଯାତ୍ରାରେ ଯିଏ ବୁଲୁଛନ୍ତି ସେ କଣ ଜିନ୍ନ ?"

ଏକ କାର୍ଯ୍ୟକ୍ରମରେ AIMIM ମୁଖ୍ୟ ଆସାଦୁଦ୍ଦିନ ଓୱେସି ଯୋଗଦେଇ ଶୀତଦିନେ ରାହୁଲ ଟି-ସାର୍ଟ ପିନ୍ଧିବା ପ୍ରସଙ୍ଗ ଉଠାଇଛନ୍ତି । ରାହୁଲ କହିଥିଲେ ଯେ, ତାଙ୍କର ବୟସ 50 ହେବ । ରାଜଧାନୀ ସମେତ ସମଗ୍ର ଉତ୍ତର ଭାରତରେ ଥଣ୍ଡା ଲାଗୁଥିବାବେଳେ ସେ ଥଣ୍ଡା ଅନୁଭବ କରନ୍ତି ନାହିଁ । ସାଂସଦ ଓୱେସି କହିଛନ୍ତି, ରାହୁଲ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁନାହାଁନ୍ତି । ଯଦି ରାହୁଲଙ୍କ ମୃତ୍ୟୁ ହୋଇଛି, ତେବେ ଭାରତ ଯୋଡ଼ ଯାତ୍ରାରେ କଣ ତାଙ୍କ ଜିନ୍ନ ବୁଲୁଛି ।"

ଏହା ମଧ୍ୟ ପଢ଼ନ୍ତୁ: 'ରାହୁଲ ଗାନ୍ଧୀଙ୍କୁ ମୁଁ ହତ୍ୟା କରିଛି' କାହିଁକି ଏପରି କହିଲେ ରାହୁଲ ?

ସୂଚନା ଥାଉକି, ହରିୟାଣାରେ ଭାରତ ଯୋଡ଼ ଯାତ୍ରା ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବାବେଳେ ରାହୁଲ ଗାନ୍ଧୀ କହିଥିଲେ, " ଯେଉଁ ରାହୁଲ ଗାନ୍ଧୀଙ୍କୁ ଆପଣ ଜାଣିଛନ୍ତି, ମୁଁ ସେ ବ୍ୟକ୍ତିତ୍ବକୁ ମୋ ଭିତରେ ମାରି ଦେଇଛି । ସେ ମୋ ଭାବନାରେ ମଧ୍ୟ ନାହାନ୍ତି । ସେ ଚାଲିଯାଇଛନ୍ତି । ଆପଣଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀ ନୁହନ୍ତି ।" ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଭୂତ ହୋଇ ଡରାଇଲା ପ୍ରେମିକା ! 8 ମାସ ତଳେ ହତ୍ୟା କରି ପୋତିଥିଲା ପ୍ରେମିକ

2022 ସେପ୍ଟେମ୍ବର 7 ତାରିଖ ତାରିଖରୁ କନ୍ୟାକୁମାରୀଠାରୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ଆସନ୍ତା 30 ଜାନୁଆରୀରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 74ତମ ପୁଣ୍ୟତିଥିରେ ଏହି ଯାତ୍ରା କାଶ୍ମୀରରେ ଶେଷ ହେବ । ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା ପରେ ପଞ୍ଜାବରେ ପହଞ୍ଚିଛି ।

ଅନ୍ତିମ ତଥା ଉଦଯାପନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କଂଗ୍ରେସ ସମାନ ବିଚାରଧାରାର ପ୍ରାୟ 21 ଦଳର ନେତାଙ୍କୁ ନିମନ୍ତ୍ରିତ କରିଛି । ସେହିପରି ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ଥିବା କେଜ୍ରିଓ୍ବାଲଙ୍କ ଆମ୍ ଆଦମୀ ପାର୍ଟି, ଓୱେସିଙ୍କ ସମେତ 8ଟି ରାଜନୈତିକ ଦଳକୁ କଂଗ୍ରେସ ନିମନ୍ତ୍ରଣ କରିନାହିଁ । ଗତ ଗୁରୁବାର ଭାରତ ଯୋଡ଼ ଯାତ୍ରା ପଞ୍ଜାବର ଲୁଧିଆନାରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ସମାରୋହରେ ଭାରତ ଯୋଡ଼ ଯାତ୍ରା ସମର୍ଥକଙ୍କୁ ରାହୁଲ ଧନ୍ୟବାଦ ଜମାଇଥିଲେ । ଆସନ୍ତାକାଲି(ଶନିବାର) ଲୁଧିଆନା ଛାଡ଼ି ଲାଡୱାଲ ଜିଲ୍ଲାକୁ ପ୍ରବେଶ କରିବ ଏହି ଯାତ୍ରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.