ETV Bharat / bharat

ପଞ୍ଜାବ ପିସିସି ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା, ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ

author img

By

Published : Sep 29, 2021, 9:32 AM IST

Updated : Sep 29, 2021, 10:00 AM IST

ପଞ୍ଜାବ ପିସିସି ପଦରୁ ସିଦ୍ଧୁଙ୍କ ଇସ୍ତଫା, ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ
ପଞ୍ଜାବ ପିସିସି ପଦରୁ ସିଦ୍ଧୁଙ୍କ ଇସ୍ତଫା, ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା । ଆଜି(ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ଜରୁରୀକାଳୀନ କ୍ୟାବିନେଟ ବୈଠକ । ଅଧିକ ପଢନ୍ତୁ...

ଚଣ୍ଡୀଗଡ:ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଜି ଏକ ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକିଛନ୍ତି । ଆଜି(ବୁଧବାର) ସକାଳ ପ୍ରାୟ 10 ଟାରୁ ଏହି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କିଛି କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଆଶାନୁରୂପ ଫଳାଫଳ ନ ମିଳିବାରୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି । ସୂତ୍ରରୁ ପ୍ରକାଶ ଯେ ମନ୍ତ୍ରୀମାନେ ଏକ ସହମତିରେ ବୈଠକରେ ପହଞ୍ଚିନଥିଲେ ତେଣୁ ଆଜି ଜରୁରୀକାଳୀନ ବୈଠକ ଡକାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପଞ୍ଜାବ କଂଗ୍ରେସରେ ଭୂକମ୍ପ, ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଟୁଇଟ୍ କରି କହିଛନ୍ତି ଯେ, 'ମୁଖ୍ୟମନ୍ତ୍ରୀ ଏସ୍ ଚରଣଜିତ୍ ସିଂ ଚନ୍ନିଙ୍କ ସହ ଆଲୋଚନା ଜାରିରହିଛି, ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମ ଚଣ୍ଡିଗଡ଼ରେ ଥିବା ଆମ ବାସଭବନରେ ଆଲୋଚନା କରିଥିଲୁ ।'

ଏହି ସଙ୍କଟର ସମାଧାନ ପାଇଁ ପଞ୍ଜାବ ଦାୟିତ୍ବରେ ଥିବା କଂଗ୍ରେସ ହରିଶ ରାୱତ ଆଜି ନୂଆଦିଲ୍ଲୀରୁ ପଞ୍ଜାବ ଅଭିମୁଖେ ଯାତ୍ରା କରିବେ। ସେ ସିଦ୍ଧୁଙ୍କୁ ଭେଟି ତାଙ୍କ ଇସ୍ତଫା ଫେରାଇ ଆଣିବାକୁ ମନାଇବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ପଞ୍ଜାବ ପିସିସି ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି ଯ, "କୌଣସି ବ୍ୟକ୍ତିର ବ୍ୟକ୍ତିତ୍ବରେ ଅଧୋଗତି ବୁଝାମଣାରୁ ଆରମ୍ଭ ହୋଇଥାଏ । ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ବୁଝାମଣା କରିହେବ ନାହିଁ । ତେଣୁ ମୁଁ ଇସ୍ତଫା ଦେଉଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ କଂଗ୍ରେସ ସେବା ଜାରି ରଖିବି ବୋଲି ଇସ୍ତଫା ପତ୍ରରେ ସିଦ୍ଧୁ ଉଲ୍ଲେଖ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 29, 2021, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.