ETV Bharat / bharat

ପଞ୍ଜାବ କଂଗ୍ରେସରେ ଭୂକମ୍ପ, ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

author img

By

Published : Sep 28, 2021, 3:20 PM IST

Updated : Sep 28, 2021, 3:36 PM IST

ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ପିସିସି ମୁଖ୍ୟ ହେବା ପରେ କ୍ୟାପଟେନଙ୍କ ସହ ହୋଇଥିଲା ବିବାଦ ।

ପଞ୍ଜାବ କଂଗ୍ରେସରେ ଭୂମିକମ୍ପ, ଇସ୍ତଫା ଦେଲେ ସିଦ୍ଧୁ
ପଞ୍ଜାବ କଂଗ୍ରେସରେ ଭୂମିକମ୍ପ, ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ: ପଞ୍ଜାବ ରାଜନୀତିରେ ବଡ ଧରଣର ଭୂକମ୍ପ । କ୍ୟାପ୍ଟେନ ଅମରିନ୍ଦର ସିଂହ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ ।

ପୁଣି ପଞ୍ଜାବରେ ହାଇଡ୍ରାମା । ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ । ପିସିସି ମୁଖ୍ୟ ହେବା ପରେ କ୍ୟାପଟେନଙ୍କ ସହ ହୋଇଥିଲା ବିବାଦ । କୌଣସି ବ୍ୟକ୍ତିର ବ୍ୟକ୍ତିତ୍ବରେ ଅଧୋଗତି ବୁଝାମଣାରୁ ଆରମ୍ଭ ହୋଇଥାଏ । ପଞ୍ଜାବର ଭବିଷ୍ୟତକୁ ନେଇ କୌଣସି ବୁଝାମଣା କରିହେବ ନାହିଁ । ଏଥିବା ପାଇଁ ପଞ୍ଜାବ ପିସିସି ପଦରୁ ଇସ୍ତଫା ଦେଉଥିବା ସୋନିଆଙ୍କୁ ଚିଠି ଲେଖି କହିଛନ୍ତି ସିଦ୍ଧୁ ।

ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ସିଦ୍ଧୁଙ୍କୁ ଚୟନ କରିଥିଲେ ଦଳର ହାଇକମାଣ୍ଡ । ଏଣୁ ତାଙ୍କର ଅଚାନକ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେପଟେ ସିଦ୍ଧୁଙ୍କ ସହ ବିବାଦ କାରଣରୁ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ଚରଣଜିତ ସିଂହହ ଚନ୍ନିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି କଂଗ୍ରେସ ହାଇକମାଣ୍ଡ । ହେଲେ ନିକଟରେ ଯେଭଳି ଭାବରେ ପଞ୍ଜାବ କ୍ୟାବିନେଟ ଗଠନ ହେଲା, ଏଥିରେ ସିଦ୍ଧୁ ଖୁସିନଥିବା କୁହାଯାଉଥିଲା ।

ପଞ୍ଜାବ ରାଜନୀତିରେ ଜୋରଦାର ହଟଚମଟ ଜାରି ରହିଛି । କ୍ୟାପଟେନଙ୍କ ଆଉଟ ହେବା ପରେ ଚରଣଜିତ ସିଂହ ଚନ୍ନିଙ୍କୁ ଟିମ୍‌ର ଭାର ଦେଇଥିଲା କଂଗ୍ରେସ । କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଚରଣଜିତ ହୋଇଥିଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ।

ଚରଣଜିତ ସିଂହ ଚନ୍ନିଙ୍କ ନାଁ ଘୋଷଣା ହେବା ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପଡିଥିଲା ପୂର୍ଣ୍ଣଛେଦ । ଆଉ ସସପେନ୍ସ ଉପରୁ ପରଦା ହଟାଇ ଶେଷରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ କଂଗ୍ରେସ ହାଇକମାଣ୍ଡ । ଗାନ୍ଧୀ ପରିବାରର ନିକଟତର ହୋଇଥିଲେ ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଆଶା ଆଶାରେ ରହିଯାଇଥିଲା ।

Last Updated : Sep 28, 2021, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.