ଆଜି ଜେଲରୁ ଘରକୁ ଫେରିବେ କି ଆର୍ଯ୍ୟନ?

author img

By

Published : Oct 13, 2021, 8:59 AM IST

Updated : Oct 13, 2021, 12:06 PM IST

ଆଜି ଶୁଣାଣି, ଆର୍ଯ୍ୟନଙ୍କୁ ମିଳିବ କି ଜାମିନ !

ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ଦିନ ୨ ଟା ୪୫ ମିନିଟରେ ଏନଡିପିଏସ କୋର୍ଟରେ ହେବ ଶୁଣାଣି । ଅଧିକ ପଢନ୍ତୁ...

ମୁମ୍ବାଇ: ଆଜି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି । ଦିନ ୨ ଟା ୪୫ ମିନିଟରେ ଏନଡିପିଏସ କୋର୍ଟରେ ଶୁଣାଣି କରାଯିବ । ଆର୍ଯ୍ୟନଙ୍କୁ ପାଖରୁ କୌଣସି ମାଦକ ଦ୍ରବ୍ୟ ଜବତ ହୋଇନଥିବାରୁ ତାଙ୍କୁ ଜାମିନ ମିଳିବା ନେଇ ଆଶା କରାଯାଉଛି ।

ଗତ ସୋମବାର ଦିନ ଆର୍ଯ୍ୟନଙ୍କ ବେଲ୍ ଆବେଦନର ଶୁଣାଣି ସ୍ଥଗିତ ରଖାଯାଇଥିଲା । ତାଙ୍କ ସହ ଅରବାଜ୍ ମର୍ଚାଣ୍ଟଙ୍କୁ ଜାମିନ ଆବେଦନର ଶୁଣାଣି ବୁଧବାର ଅର୍ଥାତ୍ ଆଜି ପାଇଁ ସ୍ଥିର କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଆର୍ଯ୍ୟନଙ୍କୁ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କ୍ରୁଜ ସିପରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରାଯାଇଥିଲା । ଇତିମଧ୍ୟରେ ସେ ଆର୍ଥର ରୋଡ କାରାଗାରରେ ୫ ଦିନ ବିତାଇ ସାରିଲେଣି ।

ସୂଚନା ଅନୁଯାୟୀ, ଆର୍ଯ୍ୟନ ଏବେ କାରାଗାରର ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି । ସେଠାରେ ତିନି ଦିନ ରହିବାର ଥିଲେ ମଧ୍ୟ ଏବେ ସୁଦ୍ଧା ସେ ସେଠାରେ ରହିଛନ୍ତି । ସଙ୍ଗରୋଧ ଅବଧି ଶେଷ ହେବା ପରେ ତାଙ୍କୁ ଅନ୍ୟ କୋଠରୀକୁ ନିଆଯିବ । ତେବେ ଯେଉଁ କୋଠରୀରେ ଦିନେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରହୁଥିଲେ ଏବେ ଆର୍ଯ୍ୟନ ସେହି କୋଠରୀରରେ ହିଁ ଅଛନ୍ତି ।

Last Updated :Oct 13, 2021, 12:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.