ETV Bharat / bharat

ସିଙ୍ଗାପୁର ସହ ତୁରନ୍ତ ବିମାନ ସେବା ବାତିଲ ପାଇଁ କେନ୍ଦ୍ରକୁ ଦାବି କଲେ କେଜ୍ରିଓ୍ବାଲ

author img

By

Published : May 18, 2021, 7:17 PM IST

ସିଙ୍ଗାପୁର ସହ ତୁରନ୍ତ ବିମାନ ସେବା ବାତିଲ ପାଇଁ କେନ୍ଦ୍ର ନିକଟରେ ଦାବି କଲେ କେଜ୍ରୀଓ୍ବାଲ
ସିଙ୍ଗାପୁର ସହ ତୁରନ୍ତ ବିମାନ ସେବା ବାତିଲ ପାଇଁ କେନ୍ଦ୍ର ନିକଟରେ ଦାବି କଲେ କେଜ୍ରୀଓ୍ବାଲ

ଦିଲ୍ଲୀରୁ ସିଙ୍ଗାପୁରକୁ ସମସ୍ତ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ର ନିକଟରେ ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଲେ ସିଙ୍ଗାପୁରରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ମ୍ୟୁଟାଣ୍ଟ ଶିଶୁମାନଙ୍କ ପାଇଁ ଘାତକ କହିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ବଢୁୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି ସିଙ୍ଗାପୁର ସହ ସମସ୍ତ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ର ନିକଟରେ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ସିଙ୍ଗାପୁରରେ ଚିହ୍ନଟ କୋରୋନାର ନୂତନ ରୂପକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରି ସମସ୍ତ ବିମାନ ସେବା ବାତିଲ କରିବା ବର୍ତ୍ତମାନ ପକ୍ଷେ ନିହାତି ଆବଶ୍ୟକ ଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

କେଜ୍ରିଓ୍ବାଲ କହିଛନ୍ତି ସିଙ୍ଗାପୁରରେ ଚିହ୍ନଟ ଭାଇରସର ନୂଆ ମ୍ୟୁଟାଣ୍ଟ ବିଶେଷ ଭାବେ ଶିଶୁ ମାନଙ୍କ ପ୍ରତି ପ୍ରାଣଘାତୀ ବୋଲି ଅଧ୍ୟୟନରୁ ଜଣା ପଡିଛି । ତେବେ ଏପରି ସ୍ଥିତିରେ ଉକ୍ତ ଭାଇରସ ଭାରତର କୋରୋନା ସ୍ଥିତିକୁ ଆହୁରି ସଙ୍କଟରେ ପକାଇବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ସିଙ୍ଗାପୁର ସହ ସମସ୍ତ ବିମାନ ସେବା ତୁରନ୍ତ ବାତିଲ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି କେଜ୍ରିଓ୍ବାଲ । ସେହିପରି ଦେଶରେ ଶିଶୁ ମାନଙ୍କ ଟିକାକରଣ ଉପରେ କେନ୍ଦ୍ର ସରକାର ତ୍ବରାନ୍ବିତ ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.