ETV Bharat / bharat

ଅନୁପ୍ରବେଶ ଉଦ୍ୟମ ବେଳେ ଟଳିଲେ ୨ ଆତଙ୍କୀ

author img

By

Published : Aug 22, 2023, 8:02 AM IST

Etv Bharat
Etv Bharat

ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ବିଫଳ । ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କୀ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି । ଦୁଇ ଆତଙ୍କବାଦୀ ପୁଞ୍ଚ ବାଲାକୋଟ ନିକଟରେ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି । ଏନେଇ ସେନା ପକ୍ଷରୁ ଏକ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନ କରାଯାଇ ଘଟଣାସ୍ଥଳରୁ ଗୋଟିଏ AK-47 ରାଇଫଲ, ଦୁଇଟି ମାଗାଜିନ, ୩୦ ରାଉଣ୍ଡ ଗୁଳି, ଦୁଇଟି ଗ୍ରେନେଡ୍‌ ଓ କିଛି ପାକିସ୍ତାନ ତିଆରି ମେଡିସିନ୍‌ ଜବତ ହୋଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପେରସନ ଜାରି ରହିଛି ।

ବାଲାକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ପାର୍ କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିବା ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ସୂଚନାକ୍ରମେ ଯବାନମାନେ ଅଧିକ ଆଲର୍ଟ ହୋଇଯାଇଥିଲେ । ସୋମବାର ସକାଳେ ଦୁଇ ଆତଙ୍କୀ ପ୍ରତିକୂଳ ପାଗ ଓ ଘନ କୁହୁଡିର ସୁଯୋଗରେ ହାମିରପୁର ଅଞ୍ଚଳ ନିକଟରେ ଏଲଓସି ଅତିକ୍ରମ କରିବାକୁ ଉଦ୍ୟମ କରୁଥିଲେ । ଏହାଦେଖି ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ପ୍ରତିକୂଳ ପାଗର ଫାଇଦା ଉଠାଇ ଆତଙ୍କୀମାନେ ଫେରାର୍ ହୋଇଯିବାକୁ ଚେଷ୍ଟା କରୁଥିଲେ । ହେଲେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆହତ ହୋଇଥିଲେ । ପରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ଅନୁପ୍ରବେଶ ଉଦ୍ୟମ କରୁଥିବା ଦୁଇ ଆତଙ୍କୀ ଭାରତୀୟ ସେନାର ଗୁଳିମାଡ଼ରେ ଆହତ ହୋଇଥିଲେ । ତଥାପି ନିୟନ୍ତ୍ରଣ ରେଖାରୁ ଫେରିଯିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଗୁଳିମାଡରେ ଆହତ କାରଣରୁ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସେନା ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଅପରେସନ ବେଳେ ଗୋଟିଏ AK-47 ରାଇଫଲ, ଦୁଇଟି ମାଗାଜିନ, ୩୦ ରାଉଣ୍ଡ ଗୁଳି, ଦୁଇଟି ଗ୍ରେନେଡ୍‌ ଜବତ ହୋଇଛି ।

ଏଠାରେ ଉଲ୍ଲେଖୋଯ୍ୟ ଯେ, ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ପୁଲୱାମା ଜିଲ୍ଲାର ଲାରୋ-ପାରିଗମ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ଆତଙ୍କବାଦୀ ସୁରକ୍ଷା ବଳ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଯବାବ ଦେଇଥିଲେ ଯବାନ । ଏଥିରେ କେହି ମୃତାହତ ହୋଇନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.