ETV Bharat / bharat

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

author img

By

Published : Aug 21, 2023, 7:02 AM IST

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଲାରୋ-ପାରିଗମ ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି । ଅଧିକ ପଢନ୍ତୁ

Encounter in Pulwama
Encounter in Pulwama

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲୱାମା ଜିଲ୍ଲାର ଲାରୋ-ପାରିଗମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ପୋଲିସ ଓ ସୁରକ୍ଷା ବାହିନୀ ନିୟୋଜିତ ଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏନକାଉଣ୍ଟରରେ ଆତଙ୍କୀ ନିହତ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ: ୩ ଯବାନ ଶହୀଦ

ଗତକାଲି (ରବିବାର) ସନ୍ଧ୍ୟାରେ ଲାରୋ-ପାରିଗମ ଅଞ୍ଚଳରେ ଆତଙ୍କୀ ଲୁଚୁ ରହିଥିବା ନେଇ ଏକ ବିଶେଷସୁତ୍ରରୁ ଖବର ପାଇଥିଲା ସୁରକ୍ଷାବାହିନୀ । ଏହାପରେ ଉକ୍ତ ସ୍ଥାନୀରେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ପାଲଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ପୂର୍ବରୁ ଗତ ଅଗଷ୍ଟ 5 ଦିନ କୁଲଗାମ ଜିଲ୍ଲାର ହାଲନ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଅତିରିକ୍ତ ଫୋର୍ସ ପଠା ଯାଇ ହାଲନ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ସେହିପରି ଜୁନ 27 ତାରିଖରେ ଜମ୍ମୁ-କାଶ୍ମୀର କୁଲଗାମର ହାୱାରା ନିକଟରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ । ଆତଙ୍କୀଙ୍କ ଗୁଳିରେ ଜଣେ ଯବାନ ଗୁରୁତର ହୋଇପଡିଥିଲେ ।

ସେହିପରି ଜୁନ 23 ତାରିଖରେ ପାକ ଅଧିକୃତ କାଶ୍ମୀରରୁ ଅନୁପ୍ରବେଶ ବେଳେ 4 ଆତଙ୍କବାଦୀଙ୍କୁ ଗୁଳିକରି ନିପାତ କରିଥିଲେ ସୁରକ୍ଷାକର୍ମୀ । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉତ୍ତର କାଶ୍ମୀରର କାଲା ଜଙ୍ଗଲ ମାଛଲ ସେକ୍ଟରରେ ଏହି ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା ।

ଏହା ମଧ୍ୟ ପଢନ୍ତୁ-କୁପୱାରାରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ 4 ଆତଙ୍କୀ

ଗତ କିଛି ଦିନ ହେବ ଘାଟିରେ ଆତଙ୍କୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.