ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର କ୍ରାସ, ଜଣେ ପାଇଲଟ ମୃତ

author img

By

Published : Oct 5, 2022, 1:22 PM IST

Updated : Oct 5, 2022, 1:38 PM IST

ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର କ୍ରାସ, ଜଣେ ପାଇଲଟ ଶହୀଦ

ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Cheetah helicopter crashed in Arunachal Pradesh )। ଜଣେ ପାଇଲଟଙ୍କ ମୃତ୍ୟୁ ସୂଚନା । ଦୁର୍ଘଟଣାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳ ଅଭିମୁଖେ ସେନାର ଏକ ଟିମ । ଅଧିକ ପଢନ୍ତୁ

ଇଟାନଗର: ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି (Cheetah helicopter crashed in Arunachal Pradesh ) । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗ ଅଞ୍ଚଳରେ ଏହି ହେଲିକପ୍ଟରଟି କ୍ରାସ ହୋଇଛି । ହେଲିକପ୍ଟରରେ କେତେ ଜଣେ ପାଇଲଟ ଥିଲେ ସେ ନେଇ ସ୍ପଷ୍ଟ ହୋଇନାହିଁ ।

  • An Indian Army Cheetah helicopter crashed today near Tawang area in Arunachal Pradesh. One pilot has lost his life in the accident: Army Officials pic.twitter.com/5BErWZzRIH

    — ANI (@ANI) October 5, 2022 " class="align-text-top noRightClick twitterSection" data=" ">

ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ । ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପୋଗ ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି (Cheetah helicopter crashed in Arunachal Pradesh )। ଘଟଣାସ୍ଥଳକୁ ସେନାର ଏକ ଟିମ ମଧ୍ୟ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 5, 2022, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.