ETV Bharat / bharat

କୁନୋରେ ଆଖି ବୁଜିଲା ଆଉ ଏକ ଚିତା; ୫ ମାସରେ ମଲେଣି ୭ ଜଣ

author img

By

Published : Jul 12, 2023, 8:09 AM IST

ଆଉ ଏକ ଆଫ୍ରିକୀୟ ଚିତା ତେଜସ୍‌ର ମୃତ୍ୟୁ
ଆଉ ଏକ ଆଫ୍ରିକୀୟ ଚିତା ତେଜସ୍‌ର ମୃତ୍ୟୁ

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଆଫ୍ରିକୀୟ ଚିତା ତେଜସ୍‌ର ମୃତ୍ୟୁ । ୫ ମାସରେ ମଲେଣି ୭ ଚିତା । ଅଧିକ ପଢନ୍ତୁ

ଭୋପାଳ: କୁନୋରୁ ପୁଣି ଆସିଲା ଦୁଃଖଦ ଖବର । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଆଉ ଏକ ଆଫ୍ରିକୀୟ ଚିତାର ମୃତ୍ୟୁ ହୋଇଛି । ଏହି ଅଣ୍ଡିରା ଚିତାର ନାମ ତେଜସ୍ । ଏହାକୁ ମିଶାଇ କୁନୋରେ ଗତ ୫ ମାସରେ ୭ଟି ଚିତାଙ୍କର ମୃତ୍ୟୁ ହେଲାଣି । ପୂର୍ବରୁ ତିନୋଟି ଶାବକଙ୍କୁ ମିଶାଇ ମୋଟ ୬ଟି ଚିତାବାଘଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଅଣ୍ଡିରା ଚିତା ତେଜସ୍‌ର ବେକରେ ଏକ କ୍ଷତି ଚିହ୍ନ ଥିବା ଦେଖିବାକୁ ମିଳିଥିଲା । ମନିଟରିଂ ଟିମ୍ ଏହା ଦେଖି ତୁରନ୍ତ ପାଲପୁର ହେଡ୍‌କ୍ବାଟର୍ସରେ ଥିବା ପ୍ରାଣୀ ଚିକିତ୍ସକଙ୍କୁ ଜଣାଇଥିଲେ । ଏହାପରେ ଡାକ୍ତର ଘଟଣାସ୍ଥଳରେ ପହଞ୍ଚି ଚିତାର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ । ତେଜସ୍‌ର ବେକରେ ଲାଗିଥିବା କ୍ଷତ ଅଧିକ ଗମ୍ଭୀର ଥିବା ଡାକ୍ତରୀ ଟିମ୍ ଜାଣିବାକୁ ପାଇଥିଲେ । ତା'ର ଚିକିତ୍ସା ପାଇଁ ଅନୁମତି ମିଳିବା ପରେ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ପୂର୍ବାହ୍ନ ୨ଟା ବେଳେ ତେଜସ୍‌ର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଅଣ୍ଡିରା ଚିତା ଶରୀରରେ କେମିତି କ୍ଷତ ହେଲା ସେନେଇ ଯାଞ୍ଚ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ।

ଏହାମଧ୍ୟ ପଢନ୍ତୁ: Kuno national park: ପୁଣି ଆଖି ବୁଜିଲେ ଆଉ ଦୁଇ ଚିତା ଶାବକ, ଅନ୍ୟତ୍ର ସ୍ଥାନାନ୍ତର ହେବେ ଚିତା

ଗତ ମାର୍ଚ୍ଚ ୨୭ ତାରିଖରେ କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଚିତା ଶାଶାର ମୃତ୍ୟୁ ହୋଇଥିଲା । ଭାରତ ଆସିବା ପରେ ଶାଶା କିଡନୀ ସଂକ୍ରମିତ ଥିଲା । ପରେ ଏପ୍ରିଲ ୨୩ରେ ଅଣ୍ଡିରା ଚିତା ଉଦୟ ଆଖି ବୁଜିଥିଲା । ମେ' ୯ରେ ମାଈ ଚିତା ଦକ୍ଷା ଏବଂ ପରେ ଚିତା ଜ୍ବାଳା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ପ୍ରଥମ ଶାବକର ମୃତ୍ୟୁ ହୋଇଥିଲା । ଏହାର କିଛି ଦିନ ପରେ ଆଉ ଦୁଇଟି ଶାବକ ଆଖି ବୁଜିଥିଲେ । ଗତ ୫ ମାସରେ ଏମିତି ଗୋଟିଏ ପରେ ଗୋଟିଏ ୭ ଚିତା ମଲେଣି ।

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରୋଜେକ୍ଟ ଚିତା ଅଧିନରେ ଦୁଇଟି ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ୨୦ଟି ଚିତା ଅଣାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଭାରତ ଆସିଥିଲେ । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦି ଚିତାମାନଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏହାପରେ ଗତ ଫେବୃଆରୀରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ ଚିତା କୁନୋ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.