ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

author img

By

Published : Apr 15, 2022, 12:37 PM IST

ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଫ୍ୟାକ୍ଟ୍ରି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଲେ APPCB

ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମର ପୋରୁସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB) । ଅଧିକ ପଢନ୍ତୁ

ଅମରାବତୀ: ଏଲୁରୁ ଜିଲ୍ଲାର ଆକ୍କିରେଡିଗୁଡେମର ପୋରୁସ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB) । ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଗତକାଲି (ଗୁରବାର) ଆନ୍ଧ୍ରପ୍ରଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB) ଫ୍ୟାକ୍ଟ୍ରିକୁ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ APPCBର ଅଧ୍ୟକ୍ଷ ଏ କେ ପରିଡା (A K Parida) ମୁସୁନୁରୁ ମଣ୍ଡଳର ଥିବା ଆକ୍କିରେଡିଗୁଡେମ୍ ଗ୍ରାମରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିବା ଅନୁଯାୟୀ, ବୁଧବାର ରାତିରେ ଫ୍ୟାକ୍ଟ୍ରିରେ କାମ ଚାଲୁଥିବା ବେଳେ ନାଇଟ୍ରିକ ଏସିଡ୍ ଓ ମୋନୋ ମିଥାଇଲ ଲିକ୍ ହେବା ଫଳରେ ନିଆଁ ଲାଗିଯାଇଥିଲା । ଏଥିରେ 6 ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ନେଇ କୁହାଯାଇଛି । ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି ।

ଅଧିକ ପଢନ୍ତୁ:ଆନ୍ଧ୍ରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ: 6 ମୃତ, 13 ଆହତ

ଅଗ୍ନିକାଣ୍ଡ ଘଟିବା ପରେ APPCB କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ ସମୟରେ ଏହା ଜଣାପଡିଥିଲା ଯେ, କାରଖାନା ପରିଚାଳନା ପାଇଁ ସହମତି (Consent for Operation) ନିର୍ଦ୍ଦେଶାବଳୀ ପାଳନ କରାଯାଉନଥିଲା ଏବଂ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ହେଉଥିଲା । ବୁଧବାର ଘଟିଥିବା ଅଗ୍ନିକାଣ୍ଡ ସମୟରେ ମଧ୍ୟ ଫ୍ୟାକ୍ଟ୍ରିରେ CFO ଗାଇଡଲାଇନ ପାଳନ କରାଯାଉନଥିବା କଥା କୁହାଯାଇଛି । ଅଗ୍ନିକାଣ୍ଡ ଘଟିବା ପରେ ଏନେଇ ଫ୍ୟାକ୍ଟ୍ରି ପକ୍ଷରୁ ବୋର୍ଡକୁ କୌଣସି ପ୍ରକାର ସୂଚନା ଦେଇନଥିବା APPCB ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.