ETV Bharat / bharat

Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ୪ଜଣ ଶହୀଦ

author img

By ETV Bharat Odisha Team

Published : Sep 15, 2023, 12:50 PM IST

Updated : Sep 15, 2023, 5:28 PM IST

Anantnag Encounter
Anantnag Encounter

ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ । ୩ ଦିନରେ ଶହୀଦ ହେଲେଣି ୪ ବୀର ଯବାନ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅନନ୍ତନାଗ ଏନକାଉଣ୍ଟରେ ଆଉ ଜଣେ ଯବାନ ଶହୀଦ ହୋଇଯାଇଛନ୍ତି । ଆଜି(ଶୁକ୍ରବାର) ସକାଳେ ଜଣେ ଆହତ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯାହାଫଳରେ ଶଦୀହଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଗତ ବୁଧବାର ଦିନ ଦୁଇ ଜଣେ ସେନା ଅଧିକାରୀଙ୍କ ସମେତ ଜଣେ ଡିଏସପି ଶହୀଦ ହୋଇଯାଇଥିଲେ । ଗୁଳିମାଡରେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

  • J&K | One more soldier has lost his life in the Anantnag operations. He had been reported missing since yesterday. During joint security operations against terrorists in Anantnag area, forces dropped grenades on suspected terrorist hideout locations using drones. Grenade…

    — ANI (@ANI) September 15, 2023 " class="align-text-top noRightClick twitterSection" data=" ">

ଗତ ବୁଧବାର ଠାରୁ ଅନନ୍ତନାଗର କୋକେରନାଗ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗତ ବୁଧବାର ଦିନ ଏହି ଗୁଳି ବିନିୟମରେ ସେନାର ରାଷ୍ଟ୍ରୀୟ ରାଇଫଲ ୟୁନିଟିର କମାଣ୍ଡିଂ ଅଫିସର କର୍ଣ୍ଣେଲ ମନପ୍ରୀତି ସିଂହ, ମେଜର ଆଶିଷ ଓ ଜମ୍ମୁ କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିଲେ । ଏହାପରଠୁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ଅପେରସନ ଜୋରଦାର କରାଯାଉଛି । ସର୍ଚ୍ଚ ଅପରେସନରେ ସହାୟତା ପାଇଁ ଏବେ ହେରନ ଡ୍ରୋନ ଓ କ୍ବାଡକାପ୍ଟର ମୁତୟନ କରାଯାଇଛି ।

ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଇତିମଧ୍ୟରେ ଆଜି ଆଉ ଜଣେ ବୀର ଯବାନଙ୍କ ମୃତ୍ୟୁ ପରେ ୩ ଦିନରେ ଶହୀଦଙ୍କ ୪ରେ ପହଞ୍ଚିଛି । ତେବେ ଆଜି ଶହୀଦ ହୋଇଥିବା ଯବାନଙ୍କ ସମ୍ପର୍କରେ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ ।

ଏହାମଧ୍ୟ ପଢନ୍ତୁ: Anantnag Martyrs Bravery story: ଅପରେସନରେ ବ୍ୟସ୍ତ ଅଛି ମା’...କର୍ଣ୍ଣେଲଙ୍କ ଶେଷ କଲ

ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, କୋକେରନାଗ ଅଞ୍ଚଳରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ଥିବାର ବିଶେଷ ସୂତ୍ରରୁ ସୂଚନା ପାଇ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ଘଟଣାସ୍ଥଳରେ ହିଁ କର୍ଣ୍ଣେଲଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ଦୁଇ ଅଧିକାରୀ ହସ୍ପିଟାଲରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ଗୁଳିମାଡ କରିଥିବା ଆତଙ୍କବାଦୀମାନେ ରେଜିଷ୍ଟନ୍ସ ଫ୍ରଣ୍ଟର ହୋଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

Last Updated :Sep 15, 2023, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.