ETV Bharat / bharat

Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

author img

By ETV Bharat Odisha Team

Published : Sep 13, 2023, 8:15 PM IST

Updated : Sep 13, 2023, 8:43 PM IST

ଅନନ୍ତନାଗରେ ଏନକାଉଣ୍ଟର ବେଳେ ଦୁଇ ସେନାଧିକାରୀ ଓ ଜଣେ ପୋଲିସ ଅଧିକାରୀ ଶହୀଦ । ଗତକାଲି ରଜୌରୀ ଏନକାଉଣ୍ଟରେ ଟଳିଥିଲେ ଦୁଇ ଆତଙ୍କୀ । ଅଧିକ ପଢନ୍ତୁ

ଦୁଇ ବରିଷ୍ଠ ସେନାଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ
ଦୁଇ ବରିଷ୍ଠ ସେନାଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଆଜି ଆରମ୍ଭ ହୋଇଥିବା ଏନକାଉଣ୍ଟରରେ 2 ଜଣ ବରିଷ୍ଠ ସେନାଧିକାରୀଙ୍କ ସହ ଜଣେ ପୋଲିସ ଅଧିକାରୀ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ଜଣେ କଲୋନେଲ ଓ ଜଣେ ମେଜର ରହିଛନ୍ତି । ଅନ୍ୟ ଜଣେ ସ୍ଥାନୀୟ ପୋଲିସ ଡେପୁଟି ଏସପି ରହିଛନ୍ତି । 3 ଜଣ ଅଧିକାରୀ ଶହୀଦ ହେବା ସୂଚନା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଘଟଣାସ୍ଥଳରେ ହାଇଆଲର୍ଟ ଜାରି କରାଯାଇଛି । ସେନା ଓ ସ୍ଥାନୀୟ ପୋଲିସ ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Encounter in Anantnag: 2 ବରିଷ୍ଠ ସେନା ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ
Encounter in Anantnag: 2 ବରିଷ୍ଠ ସେନା ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

ଆଜି ପୂର୍ବାହ୍ନରୁ ସ୍ଥାନୀୟ ପୋଲିସ ଓ ସେନାର ମିଳିତ ଅପରେସନରେ ଅନନ୍ତନାଗର କୋକେରନାଗରେ ଆରମ୍ଭ ହୋଇଥିଲା ଏହି ଏନକାଉଣ୍ଟର । ଏଥିରେ ଏକାଧିକ ଯବାନ ଆହତ ମଧ୍ୟ ହୋଇଥିଲେ । ଏବେ ଦୁଇ ସେନାଧିକାରୀଙ୍କ ସହ ଜଣେ ପୋଲିସ ଅଧୀକ୍ଷକ ପାହ୍ୟାର ଅଧିକାରୀଙ୍କୁ ମିଶାଇ ମୋଟ 3 ଅଧିକାରୀ ଶହୀଦ ହୋଇଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ଗତକାଲି ଅପରାହ୍ନରେ ରଜୌରୀରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ସେନା ନିପାତ କରିଥିଲେ । ସେନାର ଏକ କୁକୁର ମଧ୍ୟ ଏହି ଅପରେସନରେ ପ୍ରାଣବଳୀ ଦେଇଥିଲା । ତେବେ ଆଜି ଅନନ୍ତନାଗରେ ଦୁଇ ବରିଷ୍ଠ ସେନାଧିକାରୀ ଓ ଜଣେ ପୋଲିସ ଅଧିକାରୀ ମଧ୍ୟ ଶହୀଦ ହୋଇଥିବା ସୂଚନା ସାମ୍ନାକୁ ଆସିଛି । ଆଜି ଘଟଣାସ୍ଥଳରୁ ସେନା ବିପୁଳ ପରିମାଣର ପାକିସ୍ତାନ ପ୍ରସ୍ତୁତ ଔଷଧ ମଧ୍ୟ ଜବତ କରିଛି । ଆତଙ୍କୀବାଦୀମାନେ କୌଣସି ଏକ ବଡ଼ ଆକ୍ରମଣ ଯୋଜନାରେ ଥିବା ନେଇ ଏଥିରୁ ସ୍ପଷ୍ଟ ହୋଇଛି । ଅପରେସନକୁ ଜୋରଦାର କରାଯାଇଛି ।

ଗତକାଲି ଅପରାହ୍ନରେ ଜମ୍ମୁ-କାଶ୍ମୀର ରଜୌରୀର ନର୍ଲା ଅଞ୍ଚଳରେ ଆରମ୍ଭ ହୋଇଥିବା ଆଣ୍ଟି ଟେରର ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଥିଲା । ଆଜି ଆଉ ଜଣେ ଆତଙ୍କୀକୁ ମିଶାଇ ମୋଟ 2 ଆତଙ୍କୀ ଟଳିଛନ୍ତି । ଗତକାଲି ଅପରେସନରେ ସେନାର ତାଲିମପ୍ରାପ୍ତ କୁକୁରର ମଧ୍ୟ ମୃତ୍ୟୁ ହୋଇଥିବା ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADGP) ମୁକେଶ ସିଂ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Rajouri Encounter: ଯବାନଙ୍କ ଗୁଳିରେ ଆଉ ଜଣେ ଆତଙ୍କୀ ସଫା

ଗତକାଲି ଅପରେସନ ସମ୍ପର୍କରେ ଜମ୍ମୁ ADGP କହିଥିଲେ, ‘‘ରଜୌରୀର ନର୍ଲା ଅଞ୍ଚଳରେ ଜାରି ରହିଥିବା ଏନକାଉଣ୍ଟରରେ ଆଜି ସକାଳେ ଦ୍ବିତୀୟ ଆତଙ୍କବାଦୀର ମୃତ୍ୟୁ ହୋଇଛି । ନର୍ଲା ଗ୍ରାମ ଆଖପାଖରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବାହିନୀ ପକ୍ଷରୁ ମିଳିତ ଅପେରସନ ଆରମ୍ଭ ହୋଇଥିଲା । ଆତଙ୍କୀ ସୁରକ୍ଷାବଳ ଉପରକୁ ଗୁଳି ଚଳାଇବାରୁ ପାଲଟା ଜବାବ ଦିଆଯାଇଥିଲା । ଏହି ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା । ମୃତକ ଜଣେ ପାକିସ୍ତାନୀ ଆତଙ୍କୀ ହୋଇଥିବା ସନ୍ଦେହ କରାଯାଉଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 13, 2023, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.