ETV Bharat / bharat

କୂଟନୈତିକ ବିବାଦ ମଧ୍ୟରେ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 15, 2023, 10:46 PM IST

କୂଟନୈତିକ ବିବାଦ ମଧ୍ୟରେ ନବରୀତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ
କୂଟନୈତିକ ବିବାଦ ମଧ୍ୟରେ ନବରୀତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ

ବିବାଦ ସତ୍ତ୍ବେ ମଧ୍ୟ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ‘ଏକ୍ସ’ରେ କଲେ ଟ୍ବିଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହୋଇଛି ନବରାତ୍ରୀ ପାଳନ । ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଢଙ୍ଗରେ ନବରାତ୍ରୀ ପାଳନ ଜାରି ରହିଛି । ଏଥିପାଇଁ ସମଗ୍ର ବିଶ୍ବରୁ ଭାରତକୁ ଶୁଭେଚ୍ଛା ଆସିବାରେ ଲାଗିଛି । ତୀବ୍ର କୂଟନୈତିକ ବିବାଦ ଓ ତିକ୍ତତା ସତ୍ତ୍ବେ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ନୈତିକତା ଭୁଲି ନାହାନ୍ତି । ଟ୍ରୁଡୋ ମଧ୍ୟ ଟ୍ବିଟ କରି ହିନ୍ଦୁ ଧର୍ମାବଲମ୍ବୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି । ଟ୍ରୁଡୋ ନିଜେ ତାଙ୍କ ଏକ୍ସ ଆକାଉଣ୍ଟରେ ଶୁଭେଚ୍ଛା ଜଣାଇବା ସହ କାନାଡା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଇଥିବା ଟ୍ବିଟରେ କୁହାଯାଇଛି, କାନାଡା ଓ ସମଗ୍ର ବିଶ୍ବରେ ଥିବା ହିନ୍ଦୁଙ୍କୁ ନବରାତ୍ରୀର ଶୁଭେଚ୍ଛା । ହିନ୍ଦୁମାନଙ୍କ ଏହା ଏକ ବଡ ପର୍ବ । ଏହା ସହ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଏକ ବାର୍ତ୍ତା ମଧ୍ୟ ରହିଛି ।

  • Over the next nine nights and 10 days, members of the Hindu community in Canada and around the world will gather to celebrate #Navratri, one of the most important and sacred festivals in the Hindu faith. Read PM Justin Trudeau’s statement: https://t.co/205eq8adav

    — CanadianPM (@CanadianPM) October 15, 2023 " class="align-text-top noRightClick twitterSection" data=" ">

ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟା ପରେ ଉଭୟ ଦେଶ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା । ଏହି ହତ୍ୟାକାଣ୍ଡ ଭାରତର ଗୁଇନ୍ଦା ସଂସ୍ଥା ଦ୍ବାରା କରାଯାଇଥିବା କାନାଡା ଅଭିଯୋଗ କରିଥିଲା । ନିଜେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ସିଧା ଭାରତର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏହା ପରେ ତିକ୍ତତା ବଢିବା ସହ ଭାରତ ମଧ୍ୟ ଆଭିମୁଖ୍ୟ କଠୋର କରିଥିଲା । ଏପରି ଅଭିଯୋଗ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବିଦେଶ ମନ୍ତ୍ରଣାଳୟ କହିବା ସହ ଆତଙ୍କବାଦ ପ୍ରସଙ୍ଗରେ କାନାଡା ଉପରେ ବର୍ଷିଥିଲା । ଏପରିକି ଜାତିସଂଘ ମହାସଭାରେ ମଧ୍ୟ ବକ୍ତବ୍ୟ ରଖିବା ବେଳେ ବିଦେଶ ମନ୍ତ୍ରୀ ଜୟଶଙ୍କର କାନାଡା ନିଜ ଦେଶରେ ଆତଙ୍କବାଦୀଙ୍କ ପୃଷ୍ଠପୋଷକତା କରୁଛି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Canada-India Row: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ, ଭାରତ ସରକାର ଆମକୁ ସହଯୋଗ କରନ୍ତୁ

ତେବେ ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଏତେ ବଢିଥିଲା ଯେ, କେବଳ ବୟାନବାଜୀ ନୁହେଁ ବରଂ କୂଟନୈତିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା । ଉଭୟ ଦେଶ ପରସ୍ପରର ଦୂତାବାସ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ସ୍ବଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭାରତ କାନାଡାକୁ ଭିସା ମଧ୍ୟ ବନ୍ଦ କରିଦେଇଥିଲା । କାନାଡାରେ ଥିବା ହିନ୍ଦୁମାନେ ନିଜ ସୁରକ୍ଷା ପାଇଁ ଚିନ୍ତାବ୍ୟକ୍ତ କରିଥିଲା । କାନାଡା କରିଥିବା ଅଭିଯୋଗ ସମ୍ପର୍କରେ କିଛି ପ୍ରମାଣ ଥିଲେ ନୂଆଦିଲ୍ଲୀକୁ ପ୍ରଦାନ କରିବା ପାଇଁ ଭାରତ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା କାନାଡା ସେପରି କିଛି କରିନଥିଲା । ଯାହା ବିବାଦକୁ ଆହୁରି ଜଟିଳ କରିଥିଲା । ଏବେ ମଧ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୂର୍ବ ପରି ସ୍ବାଭାବିକ ହୋଇନାହିଁ । ଏହାରି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ନବରାତ୍ରୀ ଶୁଭେଚ୍ଛା ଜଣାଇ ନିଜର ଔପଚାରିକତା ପ୍ରଦର୍ଶନ କରିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.