ETV Bharat / bharat

Canada-India Row: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ, ଭାରତ ସରକାର ଆମକୁ ସହଯୋଗ କରନ୍ତୁ

author img

By ETV Bharat Odisha Team

Published : Sep 21, 2023, 11:02 PM IST

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ । ଆମେ ଆମ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରୁଛୁ । ଅଧିକ ପଢନ୍ତୁ

diplomatic row with India: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ
diplomatic row with India: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ

Diplomatic row with India: ଟ୍ରୁଡୋ କହିଲେ କାନାଡା ଆଇନର ଶାସନ ଉପରେ ଆଧାରିତ

ହାଇଦ୍ରାବାଦ: ଭାରତ ସହ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ଏହି ପ୍ରସଙ୍ଗରେ ସିଧା ପ୍ରତିକ୍ରିୟା ରଖିଛନ୍ତି ଏହି ବିବାଦର ସୂତ୍ରଧର କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେ କହିଛନ୍ତି, ଭାରତ-କାନାଡା କୂଟନୈତିକ ବିବାଦ ଖରାପ ସ୍ତରରେ ପହଞ୍ଚିଛି । ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ କାନାଡା ଭାରତ ଦର୍ଶାଇବା ସହ ନିନ୍ଦା କରିଛି । କାନାଡାର ନାଗରିକଙ୍କ ପାଇଁ ଭିସା ସେବା ସ୍ଥଗିତ ରଖିଛି । ହେଲେ କାନାଡା ଆଇନର ଶାସନ ଉପରେ ଆଧାରିତ । ଭାରତର ପ୍ରଭାବ ମଧ୍ୟ ବଢିବାରେ ଲାଗିଛି । କାନାଡା ମଧ୍ୟ ଭାରତ ସହ ସୁସମ୍ପର୍କ ଚାହେଁ ।

  • #WATCH | Canadian PM Justin Trudeau says, "I call upon the Govt of India to work with us, to take seriously these allegations and to allow justice to follow its course."

    (Source: Reuters) pic.twitter.com/lVhnLQNSwG

    — ANI (@ANI) September 21, 2023 " class="align-text-top noRightClick twitterSection" data=" ">

ସ୍ଥାନୀୟ ଗଣମାଧ୍ୟରେ ପ୍ରତିକ୍ରିୟା ରଖି ଟ୍ରଡୋ କହିଛନ୍ତି, ‘‘ଆଇନର ନିୟମ ଥିବା ଦେଶ ଭାବରେ ଆମର ସୁରକ୍ଷା ନିଶ୍ଚିତ କରିବାକୁ ଆମର ଦାୟିତ୍ବ ରହିଛି । ଏହି ପ୍ରକ୍ରିୟା କଠୋର ଏବଂ ନିରପେକ୍ଷ ଭାବେ ଜାର ରହିବ ଏବଂ ତାହା ହିଁ ଆମେ ନିଶ୍ଚିତ କରୁଛୁ । ଆମେ ଏହା ମଧ୍ୟ ନିଶ୍ଚିତ କରୁଛୁ ଯେ କାନାଡିୟମାନେ ସୁରକ୍ଷିତ ଅଛନ୍ତି । ଅନ୍ତର୍ଜାତୀୟ ନିୟମ-ଆଧାରିତ କାର୍ଯ୍ୟାନୁଷ୍ଠାନ ପାଇଁ କାନାଡା ସର୍ବଦା ପ୍ରସ୍ତୁତ । ’’

  • #WATCH | Canadian PM Justin Trudeau says, "As a country of the rule of the law, we have an obligation to ensure that those processes unfold in a rigorous and independent manner and that is what we are ensuing and we stand for international based order. We are highlighting how… pic.twitter.com/sJCea38cB2

    — ANI (@ANI) September 21, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ :- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଦ୍ବାରା ଭାରତ ବିରୋଧରେ କରାଯାଇଥିବା ଗମ୍ଭୀର ଅଭିଯୋଗରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଦେବାକୁ କାନାଡା ଅସମର୍ଥ । ତେଣୁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟମୂଳକ ଅଭିଯୋଗ ବୋଲି କହିଛି ବିଦେଶ ମନ୍ତ୍ରଣାଳୟ । ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିବା ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

  • #WATCH | "As I said on Monday, there are credible reasons to believe that agents of the Govt of India were involved in the killing of a Canadian on Canadian soil, which is something of utmost and foundational importance in the country of rule of law, in a world where… pic.twitter.com/tKV5EXeyez

    — ANI (@ANI) September 21, 2023 " class="align-text-top noRightClick twitterSection" data=" ">

ଆଜି (ଗୁରୁବାର) ନିୟମିତ ପ୍ରେସମିଟ୍‌ରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରନ୍ଦମ ବାଗଚି କହିଛନ୍ତି, ‘‘କାନାଡାରେ ଖଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ଘଟଣାରେ ଭାରତର ଭୂମିକା ଥିବା ନେଇ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଯେଉଁ ଅଭିଯୋଗ କରିଛନ୍ତି, ସେ ସମ୍ପର୍କରେ କାନାଡା ନିକଟରେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ପ୍ରମାଣ ଥିଲେ ଭାରତକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଟରାଣ୍ଟୋକୁ ନୂଆଦିଲ୍ଲୀ କହିସାରିଛି । ଯଦି ଏପରି କୌଣସି ପ୍ରମାଣ ଆସେ, ତେବେ ଭାରତ ତଦନ୍ତ ଆରମ୍ଭ ବୋଲି କୁହାଯାଇଥିଲା । ମାତ୍ର ସେମାନେ କୌଣସି ପ୍ରମାଣ ଦେବାରେ ଅସମର୍ଥ । ତେଣୁ ଏହା ସ୍ପଷ୍ଟ ଯେ, ଟ୍ରୁଡୋଙ୍କର ଭାରତ ବିରୋଧରେ ଏହି ଗମ୍ଭୀର ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟମୂଳକ ।’’

  • #WATCH | Canadian PM Justin Trudeau says, "I think it's extremely important that as a country with a strong and independent justice system. We allow those justice processes to unfold themselves with the utmost integrity. But I can assure you, the decision to share these… pic.twitter.com/1HPpQzyrZk

    — ANI (@ANI) September 21, 2023 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.