ETV Bharat / bharat

ଦୁଇ ବର୍ଷ ପରେ ଅମରନାଥ ଯାତ୍ରା ଆରମ୍ଭ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

author img

By

Published : Jun 30, 2022, 7:32 AM IST

ଆରମ୍ଭ ହେଲା ଅମରନାଥ ଯାତ୍ରା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ
ଆରମ୍ଭ ହେଲା ଅମରନାଥ ଯାତ୍ରା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ପାହାଡ ଚଢିବା ଆରମ୍ଭ କରିଛନ୍ତି ଶଦ୍ଧାଳୁଙ୍କ ପ୍ରଥମ ବ୍ୟାଚ । ଅଧିକ ପଢନ୍ତୁ

ଶ୍ରୀନଗର: ଆଜି ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଆଜି ଭୋରରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚ ବାବାଙ୍କ ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଗତାକାଲି ବେସ କ୍ୟାମ୍ପରେ ପହଞ୍ଚିଥିବା ଶ୍ରଦ୍ଧାଳୁମାନେ ଆଜି ସକାଳେ ପାହାଡ ଚଢିବା ଆରମ୍ଭ କରିଛନ୍ତି । ଉଭୟ ପଦଚାରୀ ତଥା ଘୋଡା ଓ ଗଧ ସାହାଯ୍ୟରେ ଶ୍ରଦ୍ଧାଳୁମାନେ ଯାତ୍ରା କରୁଛନ୍ତି । କୌଣସି ପ୍ରକାର ମୋଟର ଯାନକୁ ଅନୁମତି ନାହିଁ । ଶ୍ରଦ୍ଧାଳୁମାନେ ବେସ କ୍ୟାମ୍ପରୁ ପ୍ରାୟ 14 କିମି ଯାତ୍ରା କରିବା ପରେ ବାବାଙ୍କ ଗୁମ୍ଫା ନିକଟରେ ପହଞ୍ଚିବେ ।

ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଯଥେଷ୍ଟ ରହିଛି । ବେସ ଉତ୍ସାହିତ ଥିବା ସେମାନେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗତକାଲି ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କ ପ୍ରଥମ ବ୍ୟାଚକୁ ବେସ କ୍ୟାମ୍ପକୁ ପଠାଯାଇଥିଲା । ପ୍ରକ୍ରିୟାକୁ ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲ । ସେଠାରେ ସେମାନେ ରାତ୍ରୀଯାପନ କରିବା ପରେ ଆଜି ଭୋରରୁ ଯାତ୍ରା ଆରମ୍ଭ କରିଛନ୍ତି । କୋଭିଡ ସଂକ୍ରମଣ କାରଣରୁ ଦୁଇ ବର୍ଷ ଧରି ଯାତ୍ରା ବନ୍ଦ ରହିବା ପରେ ଚଳିତ ବର୍ଷ ଆରମ୍ଭ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେସ ଉତ୍କଣ୍ଠା ମଧ୍ୟ ରହିଛି ।

  • J&K | We are happy to have made it to the yatra this year which was delayed due to the pandemic; eagerly waiting to offer prayers to Baba Bholenath, says a pilgrim pic.twitter.com/oBbmb8CTwB

    — ANI (@ANI) June 30, 2022 " class="align-text-top noRightClick twitterSection" data=" ">

ଆଜି (ଜୁନ 30)ରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ 11ରେ ଶେଷ ହେବ । ଯାତ୍ରା ବ୍ୟବସ୍ଥିତ ଭାବେ ଶେଷ କରିବା ପାଇଁ ଜମ୍ମୁ କଶ୍ମୀର ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ଯାତ୍ରାର ସୁରକ୍ଷା ଦାୟିତ୍ବ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ଉପରେ ନ୍ୟସ୍ତ କରାଯାଇଛି । ଯାତ୍ରା ପାଇଁ ଚଳିତ ବର୍ଷ ଦୁଇଟି ମାର୍ଗ ନିର୍ଦ୍ଧାରିତ ହୋଇଛି । ବାଲତାଲ ମୁଖ୍ୟ ରାଜପଥ କେବଳ ଶ୍ରଦ୍ଧାଲୁଙ୍କ ପାଇଁ ଉଦ୍ଦିଷ୍ଟ ରଖାଯାଇଛି । କୌଣସି ପ୍ରକାର ଯାନକୁ ପାହାଡ ଉପରକୁ ଛଡାଯାଉ ନାହିଁ । ବ୍ୟାପକ ସୁରକ୍ଷା ବଳ ମଧ୍ୟ ମୁତୟନ ରହି ଯାତ୍ରୀଙ୍କୁ ସହାୟତା ଯୋଗାଉଛନ୍ତି । ସୁରକ୍ଷା ବଳର ପାଟ୍ରୋଲିଂ ଗାଡି ନିରନ୍ତର ପଇନ୍ତରା ମାରୁଛି । ରାସ୍ତାରେ ଏକାଧିକ ଚେକ ପଏଣ୍ଟ ମଧ୍ୟ କରାଯାଇଛି । ସ୍ଥାନେ ସ୍ଥାନେ ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କ ପରିଚୟ ପତ୍ର ଓ ଯାତ୍ରା ସମ୍ପର୍କିତ ଅନ୍ୟ ପ୍ରମାଣପତ୍ର ମଧ୍ୟ ଯାଞ୍ଚ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.