ETV Bharat / bharat

Ram Navami Violence: 'ପଶ୍ଚିମବଙ୍ଗ-ବିହାରରେ କଣ କରୁଛି ସରକାର'

author img

By

Published : Apr 4, 2023, 4:47 PM IST

AIMIM MP ASADUDDIN OWAISI
AIMIM MP ASADUDDIN OWAISI

ପଶ୍ଚିମବଙ୍ଗ ଓ ବିହାରରେ ରାମନବମୀ ଶୋଭାଯାତ୍ରାକୁ ନେଇ ହିଂସାକାଣ୍ଡ ଲାଗି ରହିଛି । ୨ ରାଜ୍ୟରେ ବାରମ୍ବାର ହିଂସାକାଣ୍ଡକୁ ନେଇ ଉଭୟ ସରକାରଙ୍କୁ ଦାୟୀ କରିଛନ୍ତି AIMIM ସାଂସଦ ଅସଦୁଦ୍ଦିନ ଓୱେସୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାମନବମୀ ଶୋଭାଯାତ୍ରାକୁ ନେଇ ପଶ୍ଚିମବଙ୍ଗ ଓ ବିହାରରେ ଲଗାତାର ଭାବେ ଘଟୁଛି ହିଂସାକାଣ୍ଡ । ରାମ ନବମୀ ଦିନ ଗୋଷ୍ଠୀ ସଂଘର୍ଷ ଘଟିବା ପରେ ଲଗାତାର ଭାବେ ରାଜ୍ୟରେ ବିଶୃଙ୍ଗଳା ପରିସ୍ଥିତି ସୃଷ୍ଟି ହେଉଛି । ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି AIMIM ସାଂସଦ ଅସାଦୁଦ୍ଦିନ ଓୱେସୀ । ସେ ଉଭୟ ରାଜ୍ୟର ସରକାରଙ୍କୁ ଦାୟୀ କରିଛନ୍ତି । ରାଜ୍ୟରେ ଯେତେବେଳେ ଏଭଳି ହିଂସାକାଣ୍ଡ ଘଟୁଛି, ସେତେବେଳେ ସରକାର କଣ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏ ନେଇ ଓୱେସୀ କହିଛନ୍ତି, "ରାଜ୍ୟରେ ଗତ ୩୦ ତାରିଖଠାରୁ ଉଭୟ ପଶ୍ଚିମବଙ୍ଗ ଓ ବିହାରରେ ହିଂସାକାଣ୍ଡ ଲଗାତାର ଭାବେ ଘଟୁଛି । ହେଲେ ସରକାର କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଇନାହାନ୍ତି । ଯତେବେଳେ କେଉଁ ରାଜ୍ୟରେ ହିଂସାକାଣ୍ଡ ଉପୁଜେ, ସେଥିଲାଗି କେବଳ ରାଜ୍ୟ ସରକାର ହିଁ ଦାୟୀ ରୁହନ୍ତି । ବିହାରରେ ମୁସଲିମଙ୍କ ଦୋକାନରେ ନିଆଁ ଲଗାଗଲା, ଏହା କେବଳ ସୁଚିନ୍ତିତ ଷଡ଼ଯନ୍ତ୍ର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାଣିଛନ୍ତି ଯେ ନାଳନ୍ଦା ହେଉଛି ଏକ ସମ୍ବେଦନଶୀଳ ସ୍ଥାନ । ତଥାପି ସେଠାରେ ପ୍ରଶାସନର ଅବହେଳା ଯୋଗୁଁ ଏପରି ହିଂସାକାଣ୍ଡ ଘଟିଲା ।"

ଏହା ବି ପଢନ୍ତୁ-Ram Navami violence: ବିହାର ରାଜ୍ୟପାଳଙ୍କ ସହ କଥା ହେଲେ ଶାହ

ନୀତିଶ କୁମାର ଓ ତେଜସ୍ବୀ ଯାଦବ ରାଜ୍ୟରେ ବାସ କରୁଥିବା ମୁସଲମାନଙ୍କୁ ଭୟଭୀତ କରିବା ଲାଗି ଏପରି ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ଓୱେସୀ । ଏଭଳି ହିଂସାକାଣ୍ଡ ଲାଗି କେବଳ ରାଜ୍ୟ ସରକାର ଦାୟୀ ବୋଲି ସେ କହିଛନ୍ତି । ଏହା କେବଳ ରାଜ୍ୟ ସରକାରଙ୍କ ବିଫଳତା । ସେ ପଶ୍ଚିମବଙ୍ଗ ସରକାର ହୁଅନ୍ତୁ କି ବିହାର ସରକାର । ଏଭଳି ସମୟରେ ସରକାର କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ଓୱେସୀ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଓୱେସୀ ଟାର୍ଗେଟ କରି କହିଛନ୍ତି, "ଯେଉଁ ବ୍ୟକ୍ତି ଅନେକ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଛି, ସେ ଏଭଳି ହିଂସାକାଣ୍ଡକୁ ରୋକିପାରିଲା ନାହିଁ ? ଜାଣିଶୁଣି ମସଜିଦ ଉପରେ ଆକ୍ରମଣ କରାଗଲା । ବିହାରରେ ମଧ୍ୟ ମୁସଲମାନଙ୍କ ସମ୍ପତ୍ତିକୁ ଜାଳି ଦିଆଗଲା । ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ ।"

ଏହା ବି ପଢନ୍ତୁ- ହାୱଡା ରାମ ନବମୀ ହିଂସାକାଣ୍ଡ ପଛରେ ବିଜେପି: ମମତା

ସୂଚନା ଥାଉ କି ରାମନବମୀ ଅବସରରେ ଶୋଭାଯାତ୍ରା ବେଳେ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା । ଶୋଭାଯାତ୍ରା ଉପରକୁ ଦୁର୍ବୃତ୍ତ ପଥରମାଡ଼ କରିବା ସହ ଆଖପାଖ ଦୋକାନରେ ନିଆଁ ଲଗାଇ ଦେଇଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି ହିଂସାକାଣ୍ଡ ଲାଗି ବିଜେପି ଓ ବଜରଙ୍ଗ ଦଳକୁ ଦାୟୀ କରିଥିଲେ । ରାମନବମୀ ପରେ ମଧ୍ୟ ବିହାର ଓ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଲାଗି ରହିଥିବାରୁ ଓୱେସୀ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁସଲିମ ସମ୍ପ୍ରଦାୟକୁ ଜାଣିଶୁଣି ଟାର୍ଗେଟ କରାଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.