ETV Bharat / bharat

Hacking Allegation: ବିରୋଧୀଙ୍କ ଅଭିଯୋଗକୁ ନିରାଧାର କହିଲେ ବିଜେପି ଆଇଟି ସେଲ ମୁଖ୍ୟ

author img

By ETV Bharat Odisha Team

Published : Oct 31, 2023, 5:56 PM IST

Hacking allegation: ବିରୋଧୀଙ୍କ ଅଭିଯୋଗକୁ ନିରାଧାର କହିଲେ ବିଜେପି ଆଇଟି ସେଲ ମୁଖ୍ୟ
Hacking allegation: ବିରୋଧୀଙ୍କ ଅଭିଯୋଗକୁ ନିରାଧାର କହିଲେ ବିଜେପି ଆଇଟି ସେଲ ମୁଖ୍ୟ

ବିରୋଧୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ । ବିଦେଶୀ ଏଜେନ୍ସି ସହାୟତାରେ ଏପରି ଅଭିଯୋଗ ହେଉଥିବା ନେଇ ରାହୁଲ ଗାନ୍ଧୀଙ୍କୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଏବେ ଦେଶର ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ଏକାଧିକ ବିରୋଧୀ ସାଂସଦଙ୍କ ମୋବାଇଲ ଫୋନକୁ ଆସିଥିବା ଆଲର୍ଟ ମେସେଜକୁ ନେଇ ରାଜନୀତି ଜୋର ଧରିଛି । ସରକାରୀ ପ୍ରାୟୋଜିତ ଗୁଇନ୍ଦାଗିରି ବୋଲି ବିରୋଧୀ ଅଭିଯୋଗ କରି ସୁରକ୍ଷା ମାଗିବା ସହ ବାଚସ୍ପତିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଅନ୍ୟପଟେ ଏହି ମାମଲାରେ କେନ୍ଦ୍ର ସରକାର ଆଇଫୋନ ନିର୍ମାତା ‘ଆପଲ’କୁ ସ୍ପଷ୍ଟୀକରଣ ମାଗିବା ସହ ପ୍ରାଥମିକ ପ୍ରତିକ୍ରିୟା ମଧ୍ୟ ଦେଇସାରିଛନ୍ତି । ଏହାରି ମଧ୍ୟରେ ବିରୋଧୀଙ୍କ ଏହି ଗମ୍ଭୀର ଅଭିଯୋଗକୁ ସମ୍ପୂର୍ଣ୍ଣ ଆଧାରହୀନ ବୋଲି କହିଛନ୍ତି ଶାସକ ଭାରତୀୟ ଜନତା ପାର୍ଟିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ।

  • #WATCH | On multiple opposition leaders allege 'hacking' of their Apple devices, BJP IT Cell chief Amit Malviya says "Apple has clarified that they have sent several such notifications across the world. Approximately users in 150 counties have received such notifications and they… pic.twitter.com/33PVN17fhP

    — ANI (@ANI) October 31, 2023 " class="align-text-top noRightClick twitterSection" data=" ">

ଅମିତ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ଏହି ପ୍ରସଙ୍ଗରେ ଆପଲ ମଧ୍ୟ ତଥ୍ୟ ରଖିସାରିଛି । ପ୍ରାୟ 150 ଦେଶରେ ଆପଲ ଡିଭାଇସ ବ୍ୟବହାର କରୁଥିବା ୟୁଜର୍ସଙ୍କ ନିକଟକୁ ଏହି ସତର୍କ ସୂଚନା ପ୍ରେରଣ କରାଯାଇଛି । ତେଣୁ ବିରୋଧୀଙ୍କର ସରକାରଙ୍କ ବିରୋଧରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ।’’ ସେହିପରି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି ସମାଲୋଚନା କରିଛନ୍ତି । କହିଛନ୍ତି, ବିଦେଶୀ ସଂସ୍ଥାମାନଙ୍କ ପାଣ୍ଠିରେ ରାହୁଲ ଏପରି ଅଭିଯୋଗ ଉଠାଉଛନ୍ତି । ରାହୁଲ କେବଳ ବିଦେଶୀ ଶକ୍ତିଙ୍କ ସାହାଯ୍ୟରେ ଏପରି ଅଭିଯୋଗ କରନ୍ତି, ମାତ୍ର ତଦନ୍ତରେ କୌଣସି ସହାୟତା କରନ୍ତିନାହିଁ । ଏବେ ସେମାନଙ୍କ ନିକଟରେ ସରକାରଙ୍କୁ ଘେରିବା ପାଇଁ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ଏହି ମିଥ୍ୟା ଓ ନିରାଧାର ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ବିବାଦ ମଧ୍ୟକୁ ଟାଣିବାକୁ ଚାହୁଁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Apple Notification: ‘150 ଦେଶକୁ ଆଲର୍ଟ ମେସେଜ ପଠାଇଛି ଆପଲ’

ଆଜି ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଶିବସେନା (ଠାକରେ ଗୋଷ୍ଠୀ) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ, ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓଓ୍ବେସୀ ସମେତ ଅନେକ ବିରୋଧୀ ଦଳର ସାଂସଦ ସେମାନଙ୍କ ଫୋନ୍ ଓ ମେଲ ହ୍ୟାକ୍ ହୋଇଥିବା ଅଭିଯୋଗ କରିଥିଲେ । ଏହା ଏକ ସରକାରୀ ପ୍ରାୟୋଜିତ ହ୍ୟାକିଂ ବୋଲି ଆଲର୍ଟ ମେଜେସ ଆସିଥିବା ବିରୋଧୀମାନେ ସାଙ୍ଘାତିକ ଅଭିଯୋଗ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ଏହା ଉପରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ରଖି ଏହାକୁ ଖଣ୍ଡନ କରିବା ସହ ଆବଶ୍ୟକ ତଦନ୍ତ ନିର୍ଦ୍ଦେଶ ମିଳିଥିବା ସୂଚନା ଦେଇଛନ୍ତି । ଏପରିକି ଆଇଫୋନ ନିର୍ମାତା ‘ଆପଲ’କୁ ତଦନ୍ତରେ ସାମିଲ ହେବାକୁ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଣାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିବା ମଧ୍ୟ ମନ୍ତ୍ରୀ ଅଶ୍ବିନୀ କହିଛନ୍ତି । ଆପଲ ଜାରି କରିଥିବା ଗାଇଡଲାଇନ 150ଟି ଦେଶ କ୍ଷେତ୍ରରେ ଲାଗୁ ହୋଇଥିବା କହିଛନ୍ତି ଅଶ୍ବିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.