ETV Bharat / bharat

ଭାଇ ନା ସଇତାନ: 7 ମାସର ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ଭାଇ

author img

By

Published : Aug 13, 2023, 9:54 AM IST

ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲେ ଦୁଇ ଭାଇ । କେଉଁଠି ଘଟିଛି ଏହି ଲଜ୍ଜାଜନକ ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ ,  ଗିରଫ ହେଲେ ଦୁଇ ଭାଇ
ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ ଅଭିଯୋଗ , ଗିରଫ ହେଲେ ଦୁଇ ଭାଇ

ମୁମ୍ବାଇ: ଭାଇ... ଏହି ଶବ୍ଦରେ ଥାଏ ସୁରକ୍ଷାର କବଚ । ଭଉଣୀ ପାଇଁ ଭାଇ ଦୁନିଆ ସହ ଲଢିଯାଏ । ସୁରକ୍ଷାର ଢାଲ ହୋଇ ଛିଡା ହୁଏ । ଭାଇଟିଏ ଭଉଣୀ ପାଖରେ ଥିଲେ ତାକୁ କାହାର ଡର ନଥାଏ । ହେଲେ ଭାଇ ଯେ ସଇତାନ ସାଜିବ । ରକ୍ଷକ ହୋଇ ଭଉଣୀର ଇଜ୍ଜତ ଲୁଟିବ ଏ ଘଟଣା କଳ୍ପନା ବାହାରେ । ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ । ଦୁଇ ଭାଇ ଘରେ କେହି ନଥିବାର ସୁଯୋଗ ନେଇ ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କରିଛନ୍ତି । ଭାଇ ଭଉଣୀର ପବିତ୍ର ସମ୍ପର୍କରେ ଲଜ୍ଜାର ଦାଗ ଲଗାଇ ଦେଇଛନ୍ତି ଏହି ସଇତାନ ଭାଇ । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାର କୁରଖେଦା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିବା ବେଳେ ଏହି ଘଟଣା ମନକୁ ଆନ୍ଦୋଳିତ କରୁଛି । କୁରଖେଦା ଅଞ୍ଚଳର ଜଣେ ଗର୍ଭବତୀ ଯୁବତୀ କିଛି ଦିନ ହେଲା ବାପା ଘରକୁ ଆସି ରହୁଥିଲେ । ବାପା ଘରେ କେହି ନଥିବା ସମୟରେ ଯୁବତୀଜଣଙ୍କ ଦୁଷ୍କର୍ମ ଶିକାର ହୋଇଛନ୍ତି ।

ସୂଚନା ଯୋଗ୍ୟ, ଦୁଷ୍କର୍ମର ଶିକାର ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ ଥିବା ଜଣାପଡିଛି । ପ୍ରସବ ସମୟ ପାଖେଇ ଆସୁଥିବାରୁ ଯୁବତୀ ଜଣକ କିଛି ଦିନ ହେଲା ନିଜ ବାପା ଘରେ ଆସି ରହୁଥିଲେ । ଗତ ଅଗଷ୍ଟ ୧୦ ତାରିଖ ଦିନ ଯୁବତୀଜଣଙ୍କ ଦୁଷ୍କର୍ମ ଶିକାର ହୋଇଥିଲେ । ଘଟଣା ଦିନ ଘରେ ସମସ୍ତେ ଚାଷକାର୍ଯ୍ୟ ପାଇଁ ବାହାରକୁ ଚାଲି ଯାଇଥିଲେ । ପୀଡିତା ଜଣକ ଏକା ଥିବା ସୁଯୋଗ ନେଇ ଦିନ ୧୨ଟା ସମୟରେ ପୀଡିତା ଯୁବତୀଙ୍କ ୨ ଭାଇ ତାଙ୍କୁ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏହି ଘଟଣା ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଥିଲେ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ଗଡଚିରୋଲି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ମଧ୍ଯ ପଢନ୍ତୁ ....ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ୧୦ ଫୁଟ ଗାତ ଖୋଳି ପୋତିଦେଲା ପଡୋଶୀ

ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସୂଚନା ଦେଇଛି ପୀଡିତାଙ୍କ ଅଭିଯୋଗ କ୍ରମେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଷ୍କର୍ମର ଶିକାର ଯୁବତୀଜଣଙ୍କ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.