ETV Bharat / bharat

ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ

author img

By

Published : Aug 11, 2023, 2:58 PM IST

ଝାଡଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର
ଝାଡଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର

ଝାଡଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଓଡ଼ିଆ ଯବାନ ଶହୀଦ । ଅଧିକ ପଢନ୍ତୁ

ଓଡ଼ିଆ ଯବାନ ଶହୀଦ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଏକ ଜଙ୍ଗଲରେ ଆଜି ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ଶହୀଦ ଯବାନଙ୍କ ନାମ ସୁଶାନ୍ତ କୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ଯବାନଙ୍କ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏଥିରେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏନେଇ ପଶ୍ଚିମ ସିଂହଭୂମି ଏସ୍‌ପି ଆଶୁତୋଷ ଶେଖର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସିଂହଭୂମି ଜିଲ୍ଲା ଟୋଣ୍ଟୋ ଥାନା ଅନ୍ତର୍ଗତ ଜଙ୍ଗଲରେ ଆଜି ସକାଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଭାକପା ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟି ତଥା କୋଟିଏ ଟଙ୍କା ପୁରସ୍କାର ରାଶି ଥିବା ମିସିର ବେସରା ଦସ୍ତେ ସହ ଗୁଳି ବିନିମୟ ହୋଇଥିଲା । ଦୁଇ ପକ୍ଷରୁ ଅନେକ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଏନକାଉଣ୍ଟରରେ ସିଆରପିଏଫ ୬୦ ବାଟାଲିୟନର ହେଡ୍‌ କେନେଷ୍ଟବଳ ମୁନ୍ନା କୁମାର ଓ ସୁଶାନ୍ତ କୁମାର ଗୁରୁତର ଆହତ ହୋଇଥିଲେ । ସୁଶାନ୍ତ କୁମାରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଯବାନଙ୍କ ଗୋଡରେ ବାଜିଥିଲା । ଦୁହିଁଙ୍କୁ ସଙ୍ଗେ ସଙ୍ଗେ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିଲା । ଉଭୟଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁଶାନ୍ତ କୁମାର ଶହୀଦ ହୋଇଯାଇଛନ୍ତି । ତାଙ୍କର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏବଂ ବାପାଙ୍କ ନାମ ଅତୁଳ ଖୁଣ୍ଟିଆ । ଶହୀଦ ଯବାନ ଅବିବାହିତ ଥିଲେ ।

ଏହାମଧ୍ୟ ପଢନ୍ତୁ: Maoist Attack in Dantewada: ଦାନ୍ତେଓ୍ବାଡାରେ ମାଓ ହାମଲା, ୧୦ ଯବାନ ଶହୀଦ

ଏହାମଧ୍ୟ ପଢନ୍ତୁ: କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ: ୩ ଯବାନ ଶହୀଦ

ପ୍ରକାଶ ଥାଉକି, ଭାକପା ନକ୍ସଲ ସଂଗଠନର ଶୀର୍ଷ ନେତା ମିସିର ବେସରା, ଅନମୋଲ, ମୋଛୁ, ଚମନ, କାଣ୍ଡେ, ଅଜୟ ମହତୋ, ସାଗେନ ଅଙ୍ଗରିୟା, ଅଶ୍ବିନ ଦସ୍ତା କୋହ୍ଲାନ ଅଞ୍ଚଳରେ ଲଗାତାର ବୁଲୁଥିବାର ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ସେମାନଙ୍କୁ ଧରିବାକୁ ଚାଇବାସା ପୋଲିସ, କୋବରା 209 BN, 203 BN, 205 BN, ଝାଡଖଣ୍ଡ ଜଗୁଆର ଓ ସିଆରପିଏଫର ଅନେକ ବାଟାଲିୟନ ଟିମ୍ ମିଳିତ ଭାବେ ଅପରେସନ ଜାରି ରଖିଛନ୍ତି । ମିସିର ବେସରା ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.