ETV Bharat / bharat

ଥରେ କି ଦୁଇଥର ନୁହେଁ, ୧୧ ଥର କୋରେନା ଟିକା ନେଲେ ୮୪ ବର୍ଷୀୟ ବୃଦ୍ଧ

author img

By

Published : Jan 8, 2022, 4:26 PM IST

11 ଥର କୋରୋନା ଟିକା ନେଲେ ୮୪ ବର୍ଷୀୟ ବୃଦ୍ଧ ବ୍ରହ୍ମଦେବ ମଣ୍ଡଳ । ୧୨ ନମ୍ବର ଟିକା ନେବା ସମୟରେ ବୃଦ୍ଧଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ଥରେ କି ଦୁଇଥର ନୁହେଁ, ୧୧ଥର  କରେନା ଟିକା ନେଲେ ୮୪ ବର୍ଷୀୟ ବୃଦ୍ଧ
ଥରେ କି ଦୁଇଥର ନୁହେଁ, ୧୧ଥର କରେନା ଟିକା ନେଲେ ୮୪ ବର୍ଷୀୟ ବୃଦ୍ଧ

ବିହାର: କୋରୋନା ମହାମାରୀର କାୟା ସାରା ଦେଶକୁ କବଳିତ କରିଥିବାବେଳେ କୋଭିଡ ଟୀକାକରଣ ଦେଶରେ ଏକ ସଞ୍ଜୀବିନୀ ଭାବେ କାମ କରୁଛି । ମହାମାରୀରୁ ବଞ୍ଚିବା ପାଇଁ କୋରୋନା ଟୀକାର ଦୁଇଟି ଡୋଜ ନେବାକୁ ଥିବାବେଳେ ବିହାର ମାଧେପୁରର ଜଣେ ବୃଦ୍ଧ ୧୧ ଥର କୋରୋନା ଟିକା ନେଇଥିବା ନେଇ ଦାବି କରିଛନ୍ତି ।

ବିହାର ମାଧେପୁର ପୁରାଇନି ବ୍ଲକର ଅରାଇ ଗାଁର ୮୪ ବର୍ଷୀୟ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ହେଉଛନ୍ତି ବ୍ରହ୍ମଦେବ ମଣ୍ଡଳ । ସେ ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଯାଇ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ପ୍ରତାରଣା କରି ୧୧ ଥର କୋରୋନା ଟିକା ନେଇଛନ୍ତି , ଯାହା କି ବିଦ୍ଧିବଦ୍ଧ ଭାବେ ବେଆଇନ ଅଟେ । ନିୟମ ଅନୁଯାୟୀ, ସମସ୍ତଙ୍କୁ ୮୪ ଦିନ ବ୍ୟବଧାନରେ ଦୁଇଟି ଟିକା ନେବାକୁ ନିୟମ ଥିବାବେଳେ ବ୍ରହ୍ମଦେବ ମଣ୍ଡଳ ନକଲି ପରିଚୟ ପତ୍ର ଦେଖାଇ ୧୧ଥର ଟିକା ନେଇଥିଲେ । ୧୨ ନମ୍ବର ଟିକା ନେବା ସମୟରେ ଧରାପଡି ୮୪ ବର୍ଷୀୟ ବୃଦ୍ଧାଙ୍କ ବିରୁଦ୍ଧରେ ମାମଲା ଦାୟର କରିଛି ସ୍ବାସ୍ଥ୍ୟ ବିଭାଗ । ଏହି ଘଟଣାର ଅନୁସନ୍ଧାନ କରିବା ପରେ ମାଧପୁରା ସିଭିଲ ସର୍ଜନ ଡକ୍ଟର ଅମରେନ୍ଦ୍ର ପ୍ରତାପ ଶାହି ପୁରୁଣା ପିଏଚସିର ମେଡିକାଲ ଅଫିସର ଡକ୍ଟର ଅରୁଣ କୁମାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମଦେବଙ୍କ କହିବାନୁସାରେ, ସେ ଗତ ବର୍ଷ ଫେବୃଆରୀ ୧୩ରେ ପ୍ରଥମ କୋରୋନା ଟିକା ନେଇଥିଲେ । ୨୦୨୧ ଫେବୃଆରୀ ୧୩ ରୁ ୩୦ ଡିସେମ୍ବର ମଧ୍ୟରେ ସେ ୧୧ଟି ଟିକା ନେଇଥିବା ନେଇ କହିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଆଧାର କାର୍ଡ ଏବଂ ତାଙ୍କ ଫୋନ୍ ନମ୍ବରକୁ ଆଠଥର ବଦଳାଇଥିଲେ ଏବଂ ଅନ୍ୟ ତିନିଥର ନିଜ ପରିଚୟ ପତ୍ର ଏବଂ ତାଙ୍କ ପତ୍ନୀଙ୍କ ଫୋନ୍ ନମ୍ବର ବ୍ୟବହାର କରି ଟିକା ନେଇଥିଲେ । ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେ କିପରି କର୍ତ୍ତୃପକ୍ଷଙ୍କ ଠାରୁ ଦୂରେଇଯାଇ ଅନେକ ଥର ଟିକା ନେବାରେ ସଫଳ ହୋଇଛନ୍ତି ସେ ନେଇ ତଦନ୍ତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.