ETV Bharat / bharat

UP: ଜମିବାଡ଼ି ବିବାଦରୁ ତୁମୁଳକାଣ୍ଡ, ଡାକ୍ତରଙ୍କୁ ପିଟି ପିଟି ହତ୍ୟା

author img

By ETV Bharat Odisha Team

Published : Sep 24, 2023, 5:48 PM IST

ଡାକ୍ତରଙ୍କୁ ପିଟି ପିଟି ହତ୍ୟା
ଡାକ୍ତରଙ୍କୁ ପିଟି ପିଟି ହତ୍ୟା

ଜମି ବିବାଦକୁ ନେଇ ତୁମୁଳ କାଣ୍ଡ । 53 ବର୍ଷୀୟ ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଲକ୍ଷ୍ନୌ: ଜମି ବିବାଦକୁ ନେଇ ତୁମୁଳ କାଣ୍ଡ । 53 ବର୍ଷୀୟ ଡାକ୍ତରଙ୍କୁ ମରଣାତ୍ମକ ଆକ୍ରମଣ । ଡାକ୍ତରଖାନାରେ ଚିକିତ୍ସଧୀନ ଅବସ୍ଥାରେ ଡାକ୍ତରଙ୍କ ମୃତ୍ୟୁ । ତେବେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ସୁଲତାନପୁର ଜିଲ୍ଲାର ଡାକ୍ତର ଘନଶ୍ୟାମ ତ୍ରିପାଠୀ ( 53) ଜୟସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ତେବେ ସେ କିଣିଥିବା ଏକ ଜମିର ନକ୍ସା ତିଆରି କରିବା ପାଇଁ ଶନିବାର ଦିନ ସନ୍ଧ୍ୟାରେ 3000 ଟଙ୍କା ନେଇ କୋତବାଲି ଅଞ୍ଚଳକୁ ଯାଇଥିଲେ । ଏହାର କିଛି ସମୟ ପରେ ଘନଶ୍ୟାମ ଆହତ ଅବସ୍ଥାରେ ଘରକୁ ଫେରିଥିଲେ । ସେପଟେ ଘନଶ୍ୟାମଙ୍କୁ ଗୁରୁତର ଆହତ ଅବସ୍ଥାରେ ଦେଖି ପରିବାର ଲୋକ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ପରିବାର ଲୋକ ସ୍ଥାନୀୟ ଥାନାକୁ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଜମିଜମା ବିବାଦ, ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଗ୍ରାମ ମୁଖିଆ

ଅନ୍ୟପକ୍ଷେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତ ଘନଶ୍ୟାମଙ୍କ ପତ୍ନୀ ନିଶା ତ୍ରିପାଠୀଙ୍କ ଅଭିଯୋଗ କ୍ରମେ, ସ୍ଥାନୀୟ ଅଞ୍ଚଳରେ ଥିବା ସରସ୍ବତୀ ଶିଶୁ ମନ୍ଦିର ପଛପଟେ ଥିବା ଏକ ଜମିକୁ ନେଇ ନାରାୟଣପୁରର ଜଣେ ବ୍ୟକ୍ତି ଏବଂ ଘନଶ୍ୟାମଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ଶନିବାର ଘନଶ୍ୟାମ ବିବାଦୀୟ ଜମିର ନକ୍ସା ତିଆରି କରିବା ପାଇଁ କୋତବାଲି ଅଞ୍ଚଳକୁ ଯାଇଥିବା ବେଳେ ନାରାୟଣପୁରର କିଛି ବାସିନ୍ଦା ତାଙ୍କ ସ୍ବାମୀଙ୍କୁ ପିଟା ପିଟି କରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ । ତେବେ ଘନଶ୍ୟାମ ଗୁରୁତର ଅବସ୍ଥାରେ ଘରକୁ ଫେରିବା ସହ ଏନେଇ ସବୁକଥା ତାଙ୍କ ପତ୍ନୀଙ୍କୁ ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଆଇନଜୀବୀ ଆର୍ଯ୍ୟ ଭୂଷଣ ମୃତ୍ୟୁର ଖୋଲିଲା ଗୁମର, ଜମି ବିବାଦରୁ ହତ୍ୟା କରିଥିଲା ଅଭିଯୁକ୍ତ

ସେପଟେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଏହାସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି। ସେପଟେ ହତ୍ୟା ଘଟଣାରେ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ସହ ଅପରାଧୀମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ପୋଲିସ ଅଧୀକ୍ଷକ ସୋମେନ ବର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.