ETV Bharat / bharat

ଜମିଜମା ବିବାଦ, ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଗ୍ରାମ ମୁଖିଆ

author img

By

Published : Dec 27, 2020, 6:09 PM IST

ଜମିଜମା ସଂଘର୍ଷରୁ ଯୁବକଙ୍କୁ ଗୁଳି କରି ହତ୍ୟା
ଜମିଜମା ସଂଘର୍ଷରୁ ଯୁବକଙ୍କୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶରେ ଜମି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଗ୍ରାମ ମୁଖିଆ । ଅଧିକ ପଢନ୍ତୁ...

ଲକ୍ଷ୍ନୌ: ଜମିଜମା ବିବାଦରୁ ରକ୍ତାକ୍ତ ସଂଘର୍ଷ । ଉତ୍ତରପ୍ରଦେଶ ମୁଜାଫରନଗରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଜମି ବିବାଦକୁ କେନ୍ଦ୍ରକରି ରବିବାର ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକ 25 ବର୍ଷୀୟ ଅର୍ଜୁନ ଏବଂ ସେ କୁକ୍ରା ବ୍ଲକରେ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ମୃତକଙ୍କ ଭାଇ ମଧ୍ୟ ଗୁଳିରେ ଆହତ ହୋଇ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ, ଅର୍ଜୁନ ଏବଂ ତାଙ୍କ ଗ୍ରାମର ମୁଖିଆ ବିନୋଦଙ୍କ ମଧ୍ୟରେ ଏକ ଜମିକୁ ନେଇ ବଚସା ହୋଇଥିଲା । ପର ମୁହୂର୍ତ୍ତରେ ବଚସା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା । ବିନୋଦ ଓ ତାଙ୍କ ମିଶି ପୁଅ ଅର୍ଜନ ଏବଂ ତାଙ୍କ ଭାଇଙ୍କ ଉପରେ ଗୁଳି ଚଳାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଅର୍ଜୁନ ଆଖି ବୁଜିଥିଲେ ଓ ତାଙ୍କ ଭାଇ ମଧ୍ୟ ଗୁଳିରେ ଆହତ ହୋଇଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତ ଗ୍ରାମ ମୁଖିଆ ଓ ତାଙ୍କ ପୁଅକୁ ଯଥାଶୀଘ୍ର ଗିରଫ କରିବାକୁ ଖୋଜାଖୋଜି ଚଳାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.