ETV Bharat / bharat

ଜେଲରେ 3 ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

author img

By

Published : Jan 4, 2021, 8:53 AM IST

ଜେଲରେ 3 ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ
ଜେଲରେ 3 ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ

ଜେଲରେ 3 ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ । ପୋଲିସର ଦାୟିତ୍ବହୀନତା ଉପରେ ପ୍ରଶ୍ନ ଉଠାଇ ଧାରଣାରେ ଶତାଧିକ ଲୋକେ । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ: ଜେଲରେ 3 ବର୍ଷ ଶିଶୁର ମୃତ୍ୟୁ ଅଭିଯୋଗ । ମୃତ୍ୟୁ ଘଟଣାକୁ ନେଇ କର୍ଣ୍ଣାଟକ ସ୍ଥିତ କାଲାବୁର୍ଗ ଜିଆଇଏମଏସ ହସ୍ପିଟାଲ ପରିସରରେ ଶତାଧିକ ଲୋକଙ୍କ ଉତ୍ତେଜନା । କୌଣସି ଏକ ଘଟଣାକୁ କେନ୍ଦ୍ର କରି ଶିଶୁର ମାଆ ସଜା କାଟୁଥିବାବେଳେ ପିଲାଟି ମଧ୍ୟ ଜେଲରେ ଥିଲା । ଜେଲ ଭିତରେ ଶିଶୁର ଆକସ୍ମିକ ମୃତ୍ୟୁକୁ ନେଇ ସ୍ଥାନୀୟବାସିନ୍ଦା ବିରୋଧ କରିବା ସହ ଧାରଣା ଦେଇଥିଲେ ।

ଶିଶୁଟି ଜ୍ବରରେ ଆକ୍ରାନ୍ତ ହେବାପରେ ପୋଲିସ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । କିନ୍ତୁ ସେଠାରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ରବିବାର ତାର ଦେହାନ୍ତ ହୋଇଛି ବୋଲି କାଲାବୁର୍ଗୀ ଏସପି କହିଛନ୍ତି ।

ସେପଟେ ଏହି ମୃତ୍ୟୁ ଘଟଣାକୁ ନେଇ ଜେୱାର୍ଦୀ କଂଗ୍ରେସ ବିଧାୟକ ଅଜୟ ସିଂ ନିଜ କର୍ମୀଙ୍କ ସହ ଧାରଣା ଦେଇଥିଲେ । ଜେଲ ଭିତରେ 3 ବର୍ଷୀୟ ଶିଶୁ ମୃତ୍ୟୁକୁ ନେଇ ପୋଲିସ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ବିଧାୟକ । ସେ ଘଟଣାର ଉଚିତ ତଦନ୍ତ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.