ETV Bharat / bharat

କାନାଡାରେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା

author img

By

Published : Dec 13, 2022, 7:05 AM IST

24 year old Sikh man shot dead in Canada
କାନାଡାରେ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା

କାନାଡାରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା । ମୃତକ ୨୪ ବର୍ଷୀୟ ସନରାଜ ସିଂହ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଓଟାୱା: କାନାଡାରେ ପୁଣି ଜଣେ ଶିଖ୍‌ଙ୍କୁ ହତ୍ୟା । କାନାଡାର ଆଲବର୍ଟ ପ୍ରଦେଶରେ ଜଣେ ୨୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଶିଖ୍ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି (24 year old Sikh man shot dead in Canada) । ମୃତକଙ୍କ ନାମ ସନରାଜ ସିଂହ । ସେ ଦକ୍ଷିଣପୂର୍ବ ଏଡମୋନଟନ ସହରରେ ରହୁଥିଲେ । ଡିସେମ୍ବର ୩ ରାତିରେ କାର୍ ଭିତରେ ତାଙ୍କୁ ଗୁଳି କରାଯାଇଥିଲା । ଚଳିତ ମାସରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା କରାଯିବାର ଏହା ଦ୍ବିତୀୟ ଘଟଣା ।

ଏହାମଧ୍ୟ ପଢନ୍ତୁ: କାନାଡାରେ ଶିଖ୍ ଯୁବତୀଙ୍କୁ ଗୁଳି କରି ହତ୍ୟା

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଏଡମୋନଟନ ସହରରେ ଏକ କାର୍ ମଧ୍ୟରୁ ସନରାଜ ସିଂହଙ୍କ ମୃତଦେହ ଜବତ ହୋଇଥିଲା । ପୋଷ୍ଟମର୍ଟମ ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଏହାପୂର୍ବରୁ ଡିସେମ୍ବର ୩ରେ ପୱନପ୍ରୀତ କୌର ନାମକ ଜଣେ ଶିଖ୍ ଯୁବତୀଙ୍କୁ ଓଣ୍ଟାରିଓ ପ୍ରଦେଶରେ ଗୁଳି କରି ହତ୍ୟା କରାଯାଇଥିଲା । ସେହିପରି ନଭେମ୍ବରରେ ମେହକପ୍ରୀତି ସେଠୀ(Mehakpreet Sethi) ନାମକ ଆଉ ଜଣେ ଭାରତୀୟଙ୍କୁ ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଛୁରୀ ଭୁସି ହତ୍ୟା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.