ETV Bharat / bharat

ସୁରକ୍ଷାବଳ କବଜାରେ 2 ଲସ୍କର ସହଯୋଗୀ, ଆକ୍ରମଣ ପାଇଁ ଦେଉଥିଲେ ସୂଚନା

author img

By

Published : Apr 9, 2022, 7:06 PM IST

ଶ୍ରୀନଗରେ ସୁରକ୍ଷାବଳ କବ୍ଜାରେ ଦୁଇ ଲସ୍କର ସହଯୋଗୀ । ଆତଙ୍କୀ ଆକ୍ରମଣ ପାଇଁ ଯୋଗାଇ ଆସୁଥିଲେ ସୂଚନା । ଏକାଧିକ ଅସ୍ତ୍ରଶସ୍ତ୍ର ଜବତ ସହ ଗିରଫ କରିବା ପରେ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ଜାମ୍ମୁ କାଶ୍ମୀରରେ 2 ଲସ୍କର ସହଯୋଗୀ ଗିରଫ
ଜାମ୍ମୁ କାଶ୍ମୀରରେ 2 ଲସ୍କର ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ବଡଗାମ ଜିଲ୍ଲାରୁ 2 ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଛି ସୁରକ୍ଷା ବଳ । ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ୟାଜିଦ ୟୁସୁଫ ଅଖୁନ ଓ ମହମ୍ମଦ ଅସରଫ ସେଖ । ଉଭୟ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LET)ର ସହଯୋଗୀ ଭାବେ କାର୍ଯ୍ୟ ଜାରି ରଖିଥିବା ପ୍ରାଥମିକ ପଚରା ଉଚରାରୁ ଜଣାପଡିଛି ।

ଗତ କିଛି ଦିନ ଧରି ଏପରି କାର୍ଯ୍ୟକଳାପରେ ସାମିଲ ଥିବା ନେଇ ଇନପୁଟ ସୂଚନା ମିଳିବା ପରେ ଏମାନଙ୍କ ଉପରେ ନଜର ରଖାଯାଇଥିଲା । ଆଜି ଉଭୟଙ୍କୁ ସିଆରପିଏଫ ଓ ସେନାର ମିଳିତ ଟିମ ବଡଗାମର ବିରୁହାରୁ ଗିରଫ କରିବାରେ ସଫଳ ହୋଇଛି । ଉଭୟଙ୍କ ଠାରୁ ଚୀନ ନିର୍ମିତ ପିସ୍ତଲ, ଏକାଧିକ ମ୍ୟାଗାଜିନ ଓ ବ୍ୟାପକ ଗୁଳିଗୋଳା ମଧ୍ୟ ଜବତ ହୋଇଛି ।

ଏମାନେ ଘାଟିରେ ଆତଙ୍କୀ ହାମଲାକୁ ସହଯୋଗ କରିବା ସହ ସମସ୍ତ ସୂଚନା ମଧ୍ୟ ଆଦାନ ପ୍ରଦାନ କରୁଥିବା ପୋଲିସ ଜାଣିବାକୁ ପାଇବା ପରେ ଏମାନଙ୍କୁ ଠାବ କରିବା ପାଇଁ ମିଶନ ଆରମ୍ଭ କରିଥିଲା । ଗିରଫ ପରେ ଉଭୟଙ୍କ ନାମରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.