ETV Bharat / bharat

ଗୋଟିଏ ରାତିରେ ହସ୍ପିଟାଲରେ ଆଖି ବୁଝିଲେ ୧୭ ରୋଗୀ

author img

By

Published : Aug 13, 2023, 1:05 PM IST

ଛତ୍ରପତି ଶିବାଜୀ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀ ମୃତ୍ୟୁ
ଛତ୍ରପତି ଶିବାଜୀ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀ ମୃତ୍ୟୁ

ଗୋଟିଏ ରାତିରେ ହସ୍ପିଟାଲରେ ଆଖି ବୁଝିଲେ ୧୭ ଜଣ ରୋଗୀ । ଜାଣନ୍ତୁ କାରଣ

ମୁମ୍ବାଇ: ମହାରାଷ୍ଟ୍ରର କଲବା ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରୁ ଏକ ଉଦବେଗ୍ ଜନକ ଖବର ସାମ୍ନାକୁ ଆସିଛି । ଏହି ହସ୍ପିଟାଲରେ ଗୋଟିଏ ରାତିରେ ଏକାଥରେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୧୨ ଜଣ ରୋଗୀ ଆଇସିୟୁରେ ଥିଲେ । ୧୨ ଘଣ୍ଟାରୁ କମ୍ ସମୟ ଭିତରେ ସମସ୍ତଙ୍କର ମୃତ୍ୟୁ ହେବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିବାଦ ଘେରକୁ ଟାଣିଛି । ତେବେ ଏହି ହସ୍ପିଟାଲରେ ଡାକ୍ତର ଅଭାବ, ରୋଗୀ ସଂଖ୍ୟା ବୃଦ୍ଧି ସହ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଏପରି ଭାବେ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି ।

ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ମଧ୍ୟ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରାଯାଇଛି । ଗତ ରାତି ସାଢେ ୧୦ଟାରୁ ଆଜି ସକାଳ ସାଢେ ୮ ମଧ୍ୟରେ ହସ୍ପିଟାଲରେ ୧୭ ଜଣ ରୋଗୀଙ୍କ ଜୀବନ ଯାଇଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ, କିଛି ରୋଗୀ ଶେଷ ମୁହୂର୍ତ୍ତରେ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଘରୋଇ ହସ୍ପିଟାଲରୁ ରେଫର୍ ହୋଇ ଏଠାକୁ ଆସିଥିଲେ । ସେହିପରି ଆଉ କିଛି ରୋଗୀଙ୍କ ବୟସ ୮୦ରୁ ଅଧିକ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଏହି କାରଣରୁ ୧୨ ଘଣ୍ଟାରୁ କମ୍ ସମୟ ଭିତରେ ଏତେ ସଂଖ୍ୟକ ରୋଗୀ ପ୍ରାଣ ହରାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭାଇ ନା ସଇତାନ: 7 ମାସର ଗର୍ଭବତୀ ଭଉଣୀକୁ ଦୁଷ୍କର୍ମ କଲେ ଦୁଇ ଭାଇ

ସିଭିଲ୍ ହସ୍ପିଟାଲ ବନ୍ଦ ହେବା ପରେ ଥାନେ ଜିଲ୍ଲାରୁ ସବୁ ରୋଗୀ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲକୁ ଆସୁଛନ୍ତି । ଯେଉଁଥିପାଇଁ ଏଠାରେ ଡାକ୍ତର ଓ ଚିକିତ୍ସା ସୁବିଧାର ଅଭାବ ସୃଷ୍ଟି ହୋଇଛି । ଅଗଷ୍ଟ ୧୦ ତାରିଖରେ ଗୋଟିଏ ଦିନରେ ଏହି ହସ୍ପିଟାଲରେ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଏନସିପି ବିଧାୟକ ଜିତେନ୍ଦ୍ର ଅୱାଦ ଏବଂ ଅନ୍ୟ ରାଜନୈତିକ ଦଳର ନେତାମାନେ ହସ୍ପିଟାଲରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଥାନେ ଜିଲ୍ଲା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗଡ ଭାବେ ଜଣାଶୁଣା । ଥାନେ ନଗର ନିଗମ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହିଛି । ଏପରି ସ୍ଥଳେ ଛତ୍ରପତି ଶିବାଜୀ ହସ୍ପିଟାଲରେ ସ୍ବଳ୍ପ ସମୟ ବ୍ୟବଧାନରେ ୧୭ ଜଣ ରୋଗୀଙ୍କ ମୃତ୍ୟୁ ଚିନ୍ତାଜନକ ଅଟେ । କିଛି ମାସ ପୂର୍ବରୁ ଥାନେ ନଗର ନିଗମ କମିଶନର କଲବା ହସ୍ପିଟାଲରେ ଅବ୍ୟବସ୍ଥା ନିରୀକ୍ଷଣ କରିବା ପରେ ଏହାର ଡିନଙ୍କୁ ନିଲମ୍ବିତ କରିଥିଲେ । ସିଭିଲ ହସ୍ପିଟାଲ ସ୍ଥାନାନ୍ତରଣ ଯୋଗୁଁ କିଛି ମାସ ହେଲା କଲବା ହସ୍ପିଟାଲରେ ରୋଗୀ ସଂଖ୍ୟା ବଢୁଛି । ଯାହାକି ହସ୍ପିଟାଲ କର୍ତ୍ତୃପକ୍ଷ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.