ETV Bharat / bharat

ବାଥ୍‌ରୁମରେ ୫ ଦିନ ଫସିଲା ୧୦ବର୍ଷର ଝିଅ, ଜଣେ ଗିରଫ

author img

By ETV Bharat Odisha Team

Published : Sep 1, 2023, 6:27 PM IST

Etv Bharat
Etv Bharat

ଗାଧୁଆ ଘରୁ ଦୀର୍ଘ ୫ ଦିନ ପରେ ଉଦ୍ଧାର ହେଲା ୧୦ ବର୍ଷର ଝିଅ । ଦମ୍ପତିଙ୍କୁ ବାନ୍ଧିଲା ମହାରାଷ୍ଟ୍ର ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇ: ଗାଧୁଆ ଘରେ ଦୀର୍ଘ ୫ ଦିନ ଧରି ଫସି ରହିଲା ୧୦ ବର୍ଷର ଝିଅ । ବିଦ୍ୟୁତ ଶୁଳ୍କ ନେବାକୁ ଆସିଥିବା ଅଧିକାରୀଙ୍କ ଯୋଗୁଁ ବଞ୍ଚି ଯାଇଛି ନାବାଳିକାର ଜୀବନ । ଅଭିଯୁକ୍ତ ଦମ୍ପତି ଏହି ଝିଅଟିକୁ ଘର କାମ ପାଇଁ ଆଣିଥିବା ବେଳେ ଏଭଳି ଅବସ୍ଥାରେ ବନ୍ଦୀ କରି କୌଣସି କାମକୁ ଯାଇଥିବା ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ମହାରାଷ୍ଟ୍ର ନାଗପୁରଠାରେ ଘଟିଛି ।

ମିଳିଥିବା ସୂଚନା ଅନୁସାରେ ନାବାଳିକାକୁ ପୋଲିସ ଉଦ୍ଧାର କରିବା ସମୟରେ ତା ଶରୀରର ଏକାଧିକ ସ୍ଥାନରେ କ୍ଷତ ରହିଥିଲା । ନାଗପୁର ପୋଲିସ ଡିସିପି ବିଜୟକାନ୍ତ ସାଗରଙ୍କ କହିବା ଅନୁସାରେ ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଘରେ ତାଲା ପକାଇ କୌଣସି ଏକ କାମରେ ଚାଲିଯାଇଥିଲେ । ଅର୍ଥବ ନଗରୀ ବେସା-ପିପଲା ରୋଡ ନିକଟରେ ଥିବା ଦମ୍ପତିଙ୍କ ଘରେ କାମ କରୁଥିବା ଏହି ଝିଅଟି ଦୀର୍ଘ ୫ ଦିନ ଫସି ରହିଥିଲା । ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଗାଧୁଆ ଘରେ ତାଲା ପକାଇବା ସହ ଖାଦ୍ୟ ଆକାରରେ ପାଉଁରୁଟି ଦେଇ ଯାଇଥିଲେ ।

ଏହା ବି ପଢନ୍ତୁ- ଶ୍ରେଣୀଗୃହରେ ଛାତ୍ରୀଙ୍କୁ ତାଲା ପକାଇଲେ ସ୍କୁଲ କର୍ତ୍ତୃପକ୍ଷ, 4 ଘଣ୍ଟା ପରେ ହେଲେ ଉଦ୍ଧାର

ବହୁ ଦିନ ଧରି ବିଦ୍ୟୁତ ଶୁଳ୍କ ପୈଠ କରାଯାଉନଥିବାରୁ ଏହି ସମୟରେ ଘରେ ପହଞ୍ଚିଥିଲେ ବିଦ୍ୟୁତ ବିଭାଗର କିଛି କର୍ମଚାରୀ । ସେମାନେ ଫ୍ଲାଟରେ ବିଦ୍ୟୁତ ସଂଯୋଗୀକରଣ ବନ୍ଦ କରିବା ଲାଗି ଆସିଥିଲେ । ଏହି ସମୟରେ ଗାଧୁଆ ଘର ଝରକା ଫାଙ୍ଖରେ ଝିଅଟିଏ ଚାହିଁବା ଦେଖିଥିଲେ । ହେଲେ ଏପଟେ ଘରେ ତାଲା ପଡ଼ିଥିଲା । ଏହାପରେ ବିଦ୍ୟୁତ ବିଭାଗର କର୍ମଚାରୀ ପଡ଼ୋଶୀଙ୍କୁ ଏନେଇ ପଚାରିଥିଲେ । ଏହାପରେ ଘର ତାଲା ଭାଙ୍ଗି ଝିଅଟିକୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ।

ଅଭିଯୁକ୍ତ ଦମ୍ପତିଙ୍କ ନାମ ତାହା ଅର୍ମାନ ଅସ୍ତିଆକ ଖାନ ଓ ପତ୍ନୀ ହିନା ବୋଲି ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତର ଅର୍ମାନର ଭାଇ ଅଜହର ସମ୍ପୃକ୍ତି ରହିଛି । ତେବେ ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ମଧ୍ୟରୁ ସ୍ବାମୀ ଅର୍ମାନକୁ ଗରିଫ କରିଥିବା ବେଳେ ହିନା ଓ ଅଜହର ଫେରାର ଅଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଯୌନ ଅପରାଧ ଏବଂ ନାବାଳକ ନ୍ୟାୟ ଆଇନ ଆଧାରରେ ମାନବ ଚାଲାଣ, ଦୁଷ୍କର୍ମ, ଅପ୍ରାକୃତିକ ଦୁଷ୍କର୍ମ, ଧମକ, ଆକ୍ରମଣ ଭଳି ମାମଲା ରୁଜୁ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.