ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ - ODISHA ASSEMBLY ELECTION 2024

By ETV Bharat Odisha Team

Published : Apr 2, 2024, 9:36 PM IST

thumbnail

Samarendra Mishra As Balangir MLA Candidate: ବଲାଙ୍ଗୀର: ଆଜି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୪୯ ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ମିଳିଛି ସ୍ଥାନ । ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସମରେନ୍ଦ୍ରଙ୍କୁ ମିଳିଛି ଟିକେଟ । ଯାହାକୁ ନେଇ ସ୍ଥାନୀୟ କଂଗ୍ରେସ ମହଲରେ ଖୁସିର ମାହୋଲ ଥିବା ବେଳେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଛନ୍ତି ।  

ତେବେ ସମରେନ୍ଦ୍ର ମିଶ୍ର କହିଛନ୍ତି ଯେ, ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥବାରୁ ସେ ରାଜ୍ୟ ଓ ଜାତୀୟ କଂଗ୍ରେସ ଶୀର୍ଷ ନେତାଙ୍କୁ ଧନ୍ୟବାଦ । ଓଡ଼ିଶାରେ ବଲାଙ୍ଗୀର ବିଧାନସଭା କ୍ଷେତ୍ର ସବୁବେଳେ କଂଗ୍ରେସ ପାଇଁ ମଜବୁତ କ୍ଷେତ୍ର ହୋଇ ଆସିଛି ଏବଂ ଏବେବି ସଂଗଠନ ଏଠି ସୁଦୃଢ଼ ଅଛି ବୋଲି ସେ କହିଛନ୍ତି । ତେବେ ବଲାଙ୍ଗୀରର ବିକାଶ ଯେଉଁ ଧାରାରେ ତାଙ୍କ ବାପା କରିଥିଲେ ସେହି ପରେ ଆଗକୁ ମଧ୍ୟ ତାହା ଜାରି ରହିବ ବୋଲି ସେ କହିଛନ୍ତି । ସେହିପରି ନବୀନ ବ୍ରାଣ୍ଡ ଓ ମୋଦି ଲହରକୁ ନେଇ ସେ କହିଛନ୍ତି ଯେ ବଲାଙ୍ଗୀରରେ ନରସିଂହ ଲହର ଅଛି ଓ ତା ଆଗରେ ବାକି ସବୁ ଫିକା ପଡିବ ବୋଲି ସେ କହିଛନ୍ତି ଏବଂ ଏଠୁ କଂଗ୍ରେସ ତୃତୀୟ ଥର ପାଇଁ ବିଜୟୀ ହେବ ବୋଲି ସେ କହିଛନ୍ତି ।  

ଏହା ମଧ୍ୟ ପଢନ୍ତୁ... 8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress Candidates For Ls Poll

ନରସିଂହ ମିଶ୍ରଙ୍କ ସାନ ପୁଅ ସମରେନ୍ଦ୍ର ମିଶ୍ର ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ ଜଣେ ଦକ୍ଷ ଏଣ୍ଟରପ୍ରିନ୍ୟୁଅର ଭାବରେ ସଫଳତା ପାଇଛନ୍ତି । ସେହିପରି ସେ ଏଆଇସିସି ସଦସ୍ୟ ଥିବା ବେଳେ ଗତ 2019 ନିର୍ବାଚନରେ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ କଂଗ୍ରେସରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଏବଂ ତୃତୀୟ ସ୍ଥାନରେ ରହି ବିଜେପି ଠାରୁ ପରାଜିତ ହୋଇଥିଲେ । 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.