ଦେଶର ପ୍ରଗତିରେ ମହିଳାଙ୍କ ସହଭାଗିତା ସମାନତାର ବାର୍ତ୍ତା ଦିଏ: IPS ଏବି ଶିଳ୍ପା

By ETV Bharat Odisha Team

Published : Jan 26, 2024, 3:43 PM IST

thumbnail

75th Republic day observed: ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚଳିତ ପରେଡର ପରିଚାଳନା କରିଛନ୍ତି ଆଇପିଏସ ଏବି ଶିଳ୍ପା । ୨୦୨୨ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ ଶିଳ୍ପା ପୁରା ପରେଡରେ ପ୍ରତିଟି ଟିମକୁ ନିଜର କମାଣ୍ଡିଙ୍ଗରେ ଆଗକୁ ବଢ଼ାଇ ଥିବା ବେଳେ ବେଶ ଶୃଙ୍ଖଳିତ ଢଙ୍ଗରେ ପରେଡ ଶେଷ ହୋଇଛି । ମହିଳା ଆଇପିଏସ ଭାବେ ସେ ଏହି ଭାର ସମ୍ଭଳିଥିବା ବେଳେ ଏଭଳି ଗୁରୁଦାୟିତ୍ୱକୁ ତୁଲାଇବରେ ତାଙ୍କ ଉପରେ ଭରସା କରିଥିବାରୁ ସେ ଡିଜି ଅରୁଣ କୁମାର ଷଡଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସବୁ କ୍ଷେତ୍ରରେ ନାରୀ ବି ଦେଶ ପ୍ରଗତିରେ ସହାୟତା ଓ ସହଭାଗିତା କରୁଥିବା ବେଳେ ସେ ନିଜର ସହଭାଗୀତାକୁ ନେଇ ବେଶ ଖୁସିଥିବା ଓ ଗର୍ବ କରୁଥିବା କହିଛନ୍ତି । ସମାନ ପ୍ରଶିକ୍ଷଣ ପାଇଁ କାହିଁକି ଆମେ କାହାଠାରୁୁ କମ ହେବା ବରଂ ସମାନତାର ଭାବ ନେଇ ସମସ୍ତେ ଦେଶ ପ୍ରଗତିରେ ସାମିଲ ହେବା ବୋଲି କହିଛନ୍ତି ଏବି ଶିଳ୍ପା । 

ଏହାମଧ୍ୟ ପଢନ୍ତୁ.. ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ, ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

ତେବେ କିଭଳି ଥିଲା ତାଙ୍କର ଆଜିର ଏହି ପ୍ରଥମ ପରେ ର ଅନୁଭୂତି ଏନେଇ ଆଇପିଏସ ଏ.ବି ଶିଳ୍ପାଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ପ୍ରତିନିଧି ଦେବସ୍ମିତା ରାଉତ । 

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.