ଫତେଗଡ଼ରେ ଓଲଟିଲା ଟ୍ରାକ୍ଟର, ୧୫ରୁ ଊର୍ଦ୍ଧ୍ୱ ଆହତ

By ETV Bharat Odisha Team

Published : Jan 21, 2024, 10:38 PM IST

thumbnail

Tractor Accident:ଖୋର୍ଦ୍ଧା: ଟ୍ରାକ୍ଟର ଓଲଟି ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ । ୩ ଦିନ ବ୍ୟାପି ଫତେଗଡ଼ ଶ୍ରୀରାମ ପାହାଡ଼ ଶିଖରରେ ରାମ ଲାଲଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ବହୁ ସାଧୁସନ୍ଥଙ୍କ ସମାଗମ ଲାଗି ରହିଛି । ତେଣୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ରାମ ଲାଲଙ୍କ ଦର୍ଶନ ପାଇଁ ପାହାଡ଼ ଉପରକୁ ଆସନ୍ତି । ଏହି ଆବସରରେ ଟ୍ରାକ୍ଟର ଯୋଗେ ୫୦ ଜଣ ଯାତ୍ରୀ ପାହାଡ଼ ଉପରକୁ ଯାଉଥିଲେ । ହେଲେ ପାହାଡ଼ ଚଢିବା ସମୟରେ ଭାରସ୍ୟାମ ହରେଇ ଟ୍ରାକ୍ଟର ଓଲଟି ପଡିଥିଲା । ଟ୍ରାକ୍ଟରରେ ଥିବା ସମସ୍ତ ଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଭାପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ । ସେଥି ମଧ୍ୟରୁ ଗୁରୁତର ୧୦ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।


ଏହା ମଧ୍ୟ ପଢନ୍ତୁ ....ସଡ଼କ ଦୁର୍ଘଟଣାରେ ଫିଲ୍ମ ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.