ନିଆଳି ମହୋତ୍ସବର ଦ୍ବିତୀୟ ସଂଧ୍ୟା: ମନ ମୋହିଲା ପାଇକ ନୃତ୍ୟ ଓ ମୋଗଲ ତାମସା

By ETV Bharat Odisha Team

Published : Feb 23, 2024, 11:33 AM IST

thumbnail

Niali Mohatsav ନିଆଳି: ବୁଧବାର ସଂଧ୍ୟାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ଦ୍ବିତୀୟ ସନ୍ଧ୍ୟାରେ ମନ ମୋହିଲା ପାଇକ ନୃତ୍ୟ ଓ ମୋଗଲ ତାମସା । ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ସନ୍ଧ୍ୟା ହେବା କ୍ଷଣି ରଙ୍ଗୀନ ହେଉଛି ନିଆଳି ମହୋତ୍ସବ ମଞ୍ଚ । ନାଚ ଗୀତ, ଲୋକ କଥା, ଲୋକ କଳା, ଐତିହ୍ୟ, ସଂସ୍କୃତି, ସମ୍ବଲପୁରୀ, ଆଧୁନିକ ଗୀତ,ନାଚ, କମେଡି ଏବଂ ଦୋକାନ ବଜାର ସାଙ୍ଗକୁ ବିଭିନ୍ନ ସାଜସଜ୍ଜା ଦର୍ଶକଙ୍କୁ ବେଶ ବିମୋହିତ କରୁଛି ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଘ ସପ୍ତମୀ ପରେ ପରେ ଅନୁଷ୍ଠିତ ହୋଇଯାଇଛି ନିଆଳି ମହୋତ୍ସବ । ଗତ ୨୦୧୮ ମସିହା ଠାରୁ ଆରମ୍ଭ ହୋଇଛି ଏହି ମହୋତ୍ସବ । ବୁଧବାର ସଂଧ୍ୟାରେ ନିଆଳି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଏହି ମହୋତ୍ସବକୁ ଉଦଘାଟିତ କରିଥିଲେ । ଅନ୍ୟପଟେ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମ ସଂଧ୍ୟାରେ ଉପସ୍ଥିତ ଦର୍ଶକମାନଙ୍କୁ ଶାରଳା ଘଣ୍ଟ, ରଣପା, ସମ୍ବଲପୁରୀ ଏବଂ ବିଭିନ୍ନ କଳାକାରମାନଙ୍କ ଦ୍ବାରା ନିଖୁଣ ଅଭିନୟ ଖୋରାକ ଯୋଗାଇଥିଲା । ପ୍ରତି ବର୍ଷ ପରି ଚଳିତବର୍ଷ ମାଘ ସପ୍ତମୀ ପରେ ଅନୁଷ୍ଠିତ ହୋଇଆସୁଛି ନିଆଳି ମହୋତ୍ସବ । ଏହି ମହୋତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ କୋଣରୁ ଲୋକ କଳା, ଗାଁ ର ସଭ୍ୟତା, ଓଡିଶୀ, ସମ୍ବଲପୁରୀ ନୃତ୍ୟ, ନାଚ,ଗୀତ, କମେଡି ଓ ଧାରାବାହିକ ଭଳି ଜୀବନ୍ତ ଅଭିନୟ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେଉଅଛି ।

ଏହା ମଧ୍ୟ ପଢନ୍ତୁ: ଶେଷ ହେଲା ନିଆଳି ମହୋତ୍ସବ, ହ୍ୟୁମାନ ସାଗରଙ୍କ ଗୀତରେ ଝୁମିଲେ ଦର୍ଶକ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.