ରିଭର୍ସ ପେଣ୍ଟର ଆୟୁଷଙ୍କ ତୂଳୀରେ ପ୍ରଭୁ ରାମଲାଲା

By ETV Bharat Odisha Team

Published : Jan 22, 2024, 9:24 PM IST

thumbnail

Reverse Painting of Ram Lalla: ପୁରୀ: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସକୁ ନେଇ ସାରା ଦେଶ ଉତ୍ସବମୁଖର । ତେବେ ଏହି ପବିତ୍ର ଦିବସକୁ ସ୍ମରଣୀୟ କରିବା ଲାଗି ପ୍ରତ୍ୟେକ ଚିତ୍ରଶିଳ୍ପୀ ନିଆରା ଢଙ୍ଗରେ ନିଜ ପ୍ରତିଭାର ଉପଯୋଗ କରୁଛନ୍ତି । ଏହି କ୍ରମରେ ପୁରୀର ଜଣାଶୁଣା ରିଭର୍ସ ପେଣ୍ଟର ଆୟୁଷ ମହାପାତ୍ର ମଧ୍ୟ ଓଲଟା ଭାବେ ଅତି ଚମତ୍କାର ଢଙ୍ଗରେ ପ୍ରଭୁ ରାମଲାଲାଙ୍କ ପ୍ରତିକୃତି ଆଙ୍କିଛନ୍ତି ।  

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରିଭର୍ସ ପେଣ୍ଟିଂ କଲେ ପୁରୀ ଚିତ୍ରଶିଳ୍ପୀ

ମାତ୍ର 9 ମିନିଟ୍ 30 ସେକେଣ୍ଡ ଏହି ଓଲଟା ଚିତ୍ର ଆଙ୍କି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଯୁବ ଚିତ୍ରଶିଳ୍ପୀ ଆୟୁଷ । ପ୍ରତ୍ୟେକ ରାମ ପ୍ରେମୀଙ୍କୁ ଏହି ସୁନ୍ଦର ଚିତ୍ର ସେ ଭେଟି ଦେଇଛନ୍ତି ।  ତେବେ ସମସ୍ତଙ୍କ ଆଶୀର୍ବାଦ ମିଳିଲେ ସେ ଆଗମୀ ଦିନରେ ଆହୁରି ସୁନ୍ଦର ସୁନ୍ଦର ରିଭର୍ସ ପେଣ୍ଟିଂ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.