ସମ୍ବରର ଶିକାର କରୁଛି କଳାବାଘ, ସିସିିଟିଭିରେ କଏଦ ବିରଳ ଦୃଶ୍ୟ

By ETV Bharat Odisha Team

Published : Feb 4, 2024, 9:14 PM IST

thumbnail

Melanistic Tiger Dragging a Sambar: ରାଇରଙ୍ଗପୁର: କ୍ୟାମେରାରେ କଏଦ ହେଲା ଏକ ବିରଳ ଦୃଶ୍ୟ । ସମ୍ବରର ଶିକାର କରୁଛି  ବିରଳ ପ୍ରଜାତିର କଳାବାଘ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।  

ଏହା ମଧୟ ପଢ଼ନ୍ତୁ... ଘରେ ପଶିଲା ବାଘ, ଧରିପାରିଲାନି ବନବିଭାଗ

ଶିମିଳିପାଳ ଅଭୟାରଣ୍ୟରେ ବିରଳ ପ୍ରଜାତିର କଳାବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ କ୍ୟାମେରାରେ କଏଦ ହୋଇଛି ଏକ ବିରଳ କଳାବାଘ । କଳାବାଘଟି ଏକ ବଡ଼ ଆକାରର ସମ୍ବର ଶିକାର କରିଛି । ବନବିଭାଗର ସୂଚନା ଅନୁଯାୟୀ ସମ୍ବରଟିର ଓଜନ ପାଖାପାଖି ଅଢ଼େଇ କୁଇଣ୍ଟାଲ ହୋଇଥିବ । ଯାହାକୁ କଳାବାଘଟି ଖାଇବା ସହିତ ଘୋଷାରି ଘୋଷାରି ନେଇ ଯାଉଛି । ତେବେ ୩୦ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ତେବେ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାରେ କଳାବାଘ ସଫାରୀ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ।  ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା କଳାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥିଲା । ତେବେ ଏହି ମେଲାନିଷ୍ଟିକ ପ୍ରଜାତିର ବିରଳ କଳାବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ଦେଖାଯାଉଥିବା ଜଣାପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.