ପବିତ୍ର ଶ୍ରୀରାମ ନବମୀରେ ସବୁଠି ଶୁଭୁଛି ରାମ ନାମ, ଚଳଚଞ୍ଚଳ ଭୁବନେଶ୍ବର ରାମ ମନ୍ଦିର - Ram Navami

By ETV Bharat Odisha Team

Published : Apr 17, 2024, 4:18 PM IST

thumbnail

Bhubaneswar Ram Temple ଭୁବନେଶ୍ବର: ଆଜି ପବିତ୍ର ଶ୍ରୀରାମ ନବମୀ । ସବୁଠି ଶୁଭୁଛି ରାମ ନାମ । ପ୍ରଭୁ ଶ୍ରୀରାମ ନାମ ଧ୍ୱନୀରେ ଉତ୍ସବମୁଖର ହୋଇ ଉଠିଛି ସାରା ରାଜ୍ୟ । ପବିତ୍ର ରାମ ନବମୀକୁ ନେଇ ଚଳଚଞ୍ଚଳ ଭୁବନେଶ୍ୱର ରାମ ମନ୍ଦିର । ଆଜିର ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତମାନେ ଧାଡି ବାନ୍ଧି ଚର୍ମଚକ୍ଷୁରେ ପ୍ରଭୁଙ୍କର ଦର୍ଶନ କରୁଛନ୍ତି । ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତଙ୍କର ପ୍ରବଳ ଭିଡ ଲାଗିଛି । ଧାଡ଼ିବାନ୍ଧି ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଭକ୍ତ । ଭଜନ କୀର୍ତ୍ତିନ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ରାମଚରିତ ମାନସ ସହ ନାମ ସଂକୀର୍ତ୍ତନର ତାଳେ ତାଳେ ନୃତ୍ୟ କରୁଛନ୍ତି ଭକ୍ତ । ସେପଟେ ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନ ସମସ୍ତେ ମିଶି ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ଵରାନ୍ବିତ କରୁଥିବା ବେଳେ ଖରାକୁ ନେଇ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.