ଅନଲାଇନ ଗେମରଙ୍କ ସହ ପ୍ରଧାନମନ୍ତ୍ରୀ, ବୁଝିଲେ ଗେମିଂ-ଗ୍ୟାମ୍ବଲିଂ ଫରକ - PM MODI WITH GAMERS

By ETV Bharat Odisha Team

Published : Apr 13, 2024, 12:52 PM IST

thumbnail

PM Modi interacts with top Indian Gamers, ନୂଆଦିଲ୍ଲୀ: ଦେଶରେ ଅନଲାଇନ ଗେମିଂକୁ ନେଇ ବଢୁଛି ଲୋକଙ୍କ ଆଗ୍ରହ । ଦେଶର 7 ଜଣ ଜଣାଶୁଣା ଅନଲାଇନ ଗେମରମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାର ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଏକ୍ସ ହ୍ୟାଣ୍ଡେଲରେ ସେୟାର କରାଯାଇଛି । ଇ-ସ୍ପୋର୍ଡ୍ସରେ ଏହି ଗେମର ମାନେ ବେଶ ଜଣାଶୁଣା । ଗେମିଂକୁ ନେଇ ଅଧିକ ଆଶକ୍ତ ହେବାକୁ ନେଇ ବଢୁଥିବା ଚିନ୍ତାକୁ ପ୍ରଧାନମନ୍ତ୍ରୀ ଗେମରଙ୍କୁ  ପ୍ରଶ୍ନ କରିଥିଲେ । ଏଥିସହ ଗେମିଂ ଓ ଗ୍ୟାମ୍ବଲିଂ ମଧ୍ୟ ଥିବା ପ୍ରାର୍ଥକ୍ୟ ଓ ଗେମିଂ ଶିଳ୍ପରେ ଆଗକୁ ଆସିଥିବା ଆହ୍ବାନକୁ ନେଇ ମୋଦି ଗେମରଙ୍କ ସହ ଆଲୋଚନା କରିଥିଲେ । ଗେମିଂ ଓ ଗ୍ୟାମ୍ବଲିଂର ଲଢେଇ ସାମ୍ନା କରିଛନ୍ତି ନା ନାହିଁ ମୋଦିଙ୍କ ପ୍ରଶ୍ନରେ ଉତ୍ତର ଦେଇ ସେମାନେ ଗେମର ପ୍ରକୃତ ଅର୍ଥ ଓ ସ୍କିଲ ଆଧାରିତ ଗେମିଂ  ଉପରେ ମତ ରଖିଥିଲେ । ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଇନଲାଇନ ଗେମ ଖେଳିଥିଲେ ଏଥି ସହ ସେମାନଙ୍କର ସମସ୍ୟା ବିଷୟରେ ଏକ ଇ-ମେଲ୍ ପଠାଇବାକୁ ମଧ୍ୟ କହିଥିଲେ । ଏହି ଗେମରଙ୍କ ମଧ୍ୟରେ  ଅନିମେଶ ଅଗ୍ରଓ୍ବାଲ, ନମନ ମାଥୁରହ, ପାୟଲ ଧାରେ, ମିଥିଳେଶ ପାଟଣକର, ତୀର୍ଥ ମେହେଟ୍ଟା, ଅଂଶୁ ବିଷ୍ଠ ଓ ଗଣେଶ ଗଙ୍ଗାଧର ରହିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.